କେନ୍ଦ୍ରାପଡ଼ା,୨ା୩: କେନ୍ଦ୍ରାପଡ଼ାର କୋଟି କୋଟି ଟଙ୍କା ଲୁଟିନେଲେ ବାପ ଓ ପୁଅ ସମେତ ମୁନ୍ନା । ବିଗତ ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଲେଣି । ବାପ ଓ ପୁଅ ଜନତାଙ୍କ ସେବା ବଦଳରେ ଲୁଟିବାରେ ଲାଗିଛନ୍ତି । ସେମାନେ କେନ୍ଦ୍ରାପଡ଼ା ଲୋକଙ୍କୁ ଲୁଟିବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଲୁଟ କରିବାରେ ବ୍ୟସ୍ତ ରହିଛନ୍ତି । ଏମାନେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ପିସି ନେଇ କେନ୍ଦ୍ରାପଡାକୁ ଲୁଟିବାରେ ବ୍ୟସ୍ଥ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ବିଷୟରେ ଚିନ୍ତା ନକରି ବରଂ ବିଭିନ୍ନ କ୍ଷେତ୍ରରୁ ଅର୍ଥ ଆଦାୟ କିଭଳି ହେବ ସେଥି ପାଇଁ ଚିନ୍ତା କରୁଛନ୍ତି । ପ୍ରତିଦିନ ସକାଳ ହେଲେ କେଉଁ କେଉଁ ଅଧିକାରୀଙ୍କୁ ପୁଅ ଫୋନ୍ କରି ଧମକାଇବ ଆଉ କାଳିଆ ମୁନ୍ନା ଧମକାଇବ ପିସି ନେଇ ପହଁଚାଇବାକୁ ପ୍ରତ୍ୟେହ ରାତିରେ ତା’ର ତାଲିକା ତିଆରି ଚାଲିଛି । ବାପା ନେତା ହୋଇଥିବା ବେଳେ ପୁଅକୁ ଠିକା ଦେଇଛି ଅଫିସରଙ୍କ ଠାରୁ ଜୋର ଜବରଦସ୍ତ ଭାବରେ କିପରି ପିସି କିପରି ଆଦାୟ କରାଯିବ । ଅଫିସରମାନେ ପୁଅର ଜୁଲମରେ ତ୍ରାହୀ ତ୍ରାହୀ ଡାକିଲେଣିି । ଏ ସମ୍ପର୍କରେ ତୃତୀୟ ମହଲାରେ ମଧ୍ୟ ଖବର ପହଞ୍ଚିଯାଇଛି । ପୂର୍ବରୁ ରାଜ୍ୟ ସଭା ସାଂସଦ ତଥା ବିଜେଡିର ତତ୍କାଳୀନ କେନ୍ଦ୍ରାପଡ଼ା ଜିଲା ଅବଜରଭର ଦେବାଶିଷ ସାମନ୍ତରାୟ କେନ୍ଦ୍ରପଡ଼ା ଟାଉନ୍ ହଲରେ ଅନୁଷ୍ଠିତ ଏକ ଦଳୀୟ ବୈଠକରେ ପହଞ୍ଚିବା ପରେ ସେଠାରେ ଦଳର ଗୋଟିଏ ଗୋଷ୍ଠୀ ସିଧାସଳଖ ଏହି ବାପ ଓ ପୂଅର କାର୍ଯ୍ୟକଳାପକୁ ବିରୋଧ କରି ଦଳ ଭବିଷ୍ୟତରେ କଠିନ ସମସ୍ୟାର ସମ୍ମୁଖୀନ ହେବ ବୋଲି କହିଦେଇଥିଲେ । ନିର୍ବାଚନ ମଣ୍ଡଳୀର ସମସ୍ତ କାମରେ ପୁଅର ଦାଦାଗିରି ଓ ପିସି ଆଦାୟକୁ ଘୋର ବିରୋଧ କରି ବୈଠକରେ ହୋହାଲ୍ଲା କରିଥିଲେ । ଅଧିକାରୀମାନଙ୍କ ଠାରୁ ବାପ ପୁଅ ଜୁଲମ କରି ଲୁଟ୍ କରୁଥିବା ସମ୍ପର୍କରେ ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ନେତା ଏବଂ କର୍ମୀମାନେ ଦଳୀୟ ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟଙ୍କୁ ଅଭିଯୋଗ କରିିଥିଲେ । ଏସମ୍ପର୍କରେ ଖବର ତୃତୀୟ ମହଲାରେ ପହଞ୍ଚିବା ପରେ ସେଠାରୁ କଟକଣା ଜାରି ହେଲା । ସେଥି ଯୋଗୁଁ ପୁଅ କିଛି ଦିନ ପାଇଁ କେନ୍ଦ୍ରାପଡ଼ାର ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରିବା ବନ୍ଦ କରିଦେଇଥିଲା । ବାପ ପୁଅକୁ କହିଥିଲା କିଛି ଦିନ ଚୁପ ରହିଯିବାକୁ । କିନ୍ତୁ ଅଭ୍ୟାସ ନୈବ ମୁଚ୍ୟତେ ରାୟରେ ପୁଅ ପୁଣି କେନ୍ଦ୍ରାପଡା ରାଜନୀତିରେ ମୁଣ୍ଡ ପୁରାଇବା ଆରମ୍ଭ କରିଦେଲାଣି । ଏହାବ୍ୟତିତ ପୁଅ ଓ ବୋହୁକୁ ନେଇ ଏକ ସଂଗୀନ ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ବାପ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଶ୍ୱଶୁର ନିଜେ ବୋହୂକୁ ନିର୍ଯାତନା ଦେଉଥିବା ସମ୍ପର୍କରେ ବୋହୁ ଅଭିଯୋଗ କରିଛନ୍ତି । ବୋହୁଙ୍କ ଅଭିଯୋଗ ଅନୁଯାୟୀ ଉଭୟ ଶ୍ୱଶୁର ଓ ସ୍ୱାମୀ ବା ବାପ ଓ ପୁଅ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ପୁଅ ଦେଶ ବିଦେଶ ବୁଲି ରୋମାନ୍ସ କରୁଥିବା ବେଳେ ବାପା ପରିଣତ ବୟସରେ ମଧ୍ୟ କିଛି ମହିଳା କର୍ମୀଙ୍କୁ ନିଜ କାନ୍ଧରେ ଆଉଜାଇ ନେଇ ଫଟୋ ଉଠାଇ ସଉକ୍ କରୁଛି । ଏସମ୍ପର୍କିତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଫଳରେ ଦଳ କେବଳ ବଦନାମ ହେବାରେ ଲାଗିଛି । ଏ ନେଇ ତୃତୀୟ ମହଲାରୁ କଡା ତାଗିଦ୍ ମିଳିବା ପରେ ଏପରି ରାସଲୀଳା କିଛି ମାତ୍ରାରେ ବନ୍ଦ ଅଛି । ଟିକଟ ଆଉ ମିଳିବାର ସମ୍ଭାବନା ନଥିବାରୁ ବାପ, ପୁଅ ଓ କାଳିଆ ମୁନ୍ନା କେନ୍ଦ୍ରାପଡାକୁ ଲୁଟକରି ଚଳୁ କରିବାରେ ଲାଗି ପଡିଛନ୍ତି । କେବଳ କେନ୍ଦ୍ରାପଡାରୁ ଟିକଟ କଟିବ ତାହା ନୁହେଁ ରାଜ୍ୟର ଅନ୍ୟ କୈାଣସି ନିର୍ବାଚନମଣ୍ଡଳୀରୁ ମଧ୍ୟ ଟିକଟ ମିଳିବନି ବୋଲି ଦଳୀୟ ସୁତ୍ରରୁ ଖବର ମିଳିଛି । ବାପ ଓ ପୁଅ ଠାରୁ ବହୁତ ଭୟଙ୍କର ଖେଲାଡି ହେଉଛି ମୁନ୍ନା । ମୁନ୍ନା ନିଜକୁ ବିଧାୟକଙ୍କ ପଲଟିକାଲ ପିଏ ବୋଲି ପରିଚୟ ଦେଇ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ପିସି ଆଦାୟ କରି ଆତଙ୍କ ଖେଳାଇ ଦେଇଛି । ମୁନ୍ନାବି ୫ ବର୍ଷ ଭିତରେ କୋଟିପତି ବନି ଯାଇଛି । କାରଣ ମୁନ୍ନା ପାଖରେ ଉଭୟ ବାପ ଓ ପୁଅର ସମସ୍ତ ରାଜ ରହିିଛି । ପୁଅ ବେଡ ରୁମ୍କୁ ପ୍ରତିଦିନ ଯାଉଥିବା ବିଭିନ୍ନ ସ୍ଥାନର … ଠିକଣା ସବୁ ମୁନ୍ନା ରଖିଛି । ମୁନ୍ନା ଦରୱାନା ଭାବରେ ରହି ପୁଅକୁ ସମସ୍ତ ମଉଜମଜଲିସ ଯୋଗାଇ ଦେବାରେ ଲାଗିଛି । ଏଥି ସହ ବାପକୁ ବି କିଛି କିଛି ଖୁସି ଯୋଗାଇ ଦେଉଛି । ତେଣୁ ବାପ ପୁଅ ଏହି କାଳିଆ ମୁନ୍ନାକୁ ଖାସ୍ କରି ଏକାନ୍ତ ବ୍ୟକ୍ତି ଭାବରେ ରଖିଛନ୍ତି । ଏପଟେ ବାପ ପୁଅ ଓ କାଳିଆ ମୁନ୍ନାର ଦୈାରାତ୍ମ୍ୟରେ କେନ୍ଦ୍ରାପଡାବାସୀ ତ୍ରାହୀ ତ୍ରାହୀ ଡାକ ଦେଲେଣି । ଏହି ତ୍ରିମୂର୍ତି ମିଳିତ ଭାବରେ କେନ୍ଦ୍ରାପଡ଼ାକୁ ଲୁଟିବାରେ ଲାଗିପଡିଛନ୍ତି । ଏବେ କେନ୍ଦ୍ରାପଡ଼ାର ସାଧାରଣ ଜନତା ବିଜେଡି ଉପରେ ପ୍ରବଳ ମାତ୍ରାରେ ତାତିକରି ଥିବାର ଜଣାପଡିଛି । ଲୋକଙ୍କ ଭିତରେ ଆଲୋଚନା ହେଉଛି ଯେ ତୃତୀୟ ମହଳା ଏସବୁ ଜାଣିବି ନୀରବ କାହିଁକି? । ଭବିଷ୍ୟତରେ ହୁଏତ ଲୋକଙ୍କ ଆକ୍ରୋଶର ଶୀକାର ଦଳକୁ ହେବାକୁ ପଡିପାରେ ।
kanikanews.in
Next Post
ଏନ ସି ସି କମାଣ୍ଡିଙ୍ଗ ଅଫିସରଙ୍କ ପଟ୍ଟାମୁଣ୍ଡାଇ କଲେଜ ପରିଦର୍ଶନ
Sat Mar 2 , 2024
ଏନସିସି ୱାନ ଓଡିଶା ଗାର୍ଲସ ବାଟାଲିୟନର ଲେଫ୍ଟନାଂଟ କର୍ଣ୍ଣଲ ବିକାଶ ମଣ୍ଡଳ ପଟ୍ଟାମୁଣ୍ଡାଇ କଲେଜକୁ ସ୍ୱତନ୍ତ୍ର ପରିଦର୍ଶନରେ ଆସି କଲେଜ ଏନସିସି ବାଳିକା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରିଥିଲେ । ତାଙ୍କ ସହିତ ଏସଏମ ବିରାଜ ସାବ, ଏସ ପ୍ରଧାନ ଯୋଗ ଦେଇ ବାଳିକା ଏନସିସି କ୍ୟାଡ଼େଟ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ସ୍କିଲ ଓ ଉଇଲ ପାୱାର ବଢ଼ାଇକୁ ପରାମର୍ଶ ଦେଇଥିଲେ […]

You May Like
- 7 months ago
ମଦର୍ସ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ
- 1 year ago
ବିଳମ୍ବିତ ରାତିରେ ବଜ୍ରପାତ, ଜଳିଗଲା ଘର ଗୁହାଳ