ରାଜଶ୍ରୀର ପ୍ରମୂଖ କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ


କେନ୍ଦ୍ରାପଡା -୪/ ୩ – ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୂଖ କର୍ମକର୍ତ୍ତା ଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହେବା ଅନୁଷ୍ଠାନ ପାଇଁ ଗୌରବର ବିଷୟ । ସାରସ୍ୱତ ପ୍ରତିଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ପ୍ରାୟୋଜିତ “ଲୋକ ଗଳ୍ପ ମହୋତ୍ସବ ଓ ସାରସ୍ୱତ ସମାରୋହ’ ରେ ପ୍ରାୟୋଜିତ ସାରସ୍ୱତ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଅଧ୍ୟକ୍ଷତା କରି ଏକ ଐତିହାସିକ ଭବ୍ୟ ମଞ୍ଚ ସମର୍ପି ଦେଇଥିଲେ । ଇତ୍ୟବସରରେ ରାଜଶ୍ରୀର ଅନ୍ୟତମ ଉପଦେଷ୍ଟା କବି ଅନାଦିଚରଣ ମାହାଳି, ଉପଦେଷ୍ଟା କବି ବିପିନ ବିହାରୀ ବାରିକ, କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପକ ନିଧି ସାହୁ, କାର୍ଯ୍ୟକାରୀ ସଦସ୍ୟା ଗାଳ୍ପିକା ଶୋଭାମୟୀ ପତ୍ରୀ ଏବଂ କବି ରଶ୍ମିତା ନାୟକ ପ୍ରମୂଖଙ୍କୁ “ଲୋକ ଗଳ୍ପ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ ସମ୍ମିଳନୀରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଡ. ପ୍ରସନ୍ନ କୁମାର ସ୍ୱାଇଁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାଶ, ପ୍ରଫେସର ଡ. ସୁଲୋଚନା ଦାସ, ଡ. କୈଳାସ ଚନ୍ଦ୍ର ତ୍ରିପାଠୀ, ଇଂ ଅଜୟ ମହାପାତ୍ର, କଥାକାର ସୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ସାମନ୍ତରାୟ ପ୍ରମୂଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟର ପାଞ୍ଚ ଶହରୁ ଊର୍ଦ୍ଧ୍ୱ କବି, କଥାକାର ଉକ୍ତ କାର୍ଯ୍ୟକ୍ରମରେ ସମାଯୋଜିତ ହୋଇଥିଲେ । ଇତ୍ୟବସରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କୁ ରାଜଶ୍ରୀର ଉପଦେଷ୍ଟା ତଥା ବିଧାନସଭା ସଚିବ ଦାଶରଥି ଶତପଥୀ, ବିଶିଷ୍ଟ ପରିବେଶବିତ୍ ତଥା ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ, ଅନୁଷ୍ଠାନର ମାର୍ଗଦର୍ଶକ କବି ସଞ୍ଜୟ କୁମାର ରଥ, କାର୍ଯ୍ୟକାରୀ ସଭାପତି କବିମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, ସମ୍ପାଦକ ଆଶୁକବି ହେମନ୍ତ ଜେନା, ଉପସଭାପତି ପ୍ରେମଲତା ଗିରି, କବି ଭକ୍ତଚରଣ ସାହୁ, କାର୍ଯ୍ୟକାରୀ ସଦସ୍ୟ କବି ତନ୍ମୟ କୁମାର ସେଠୀ ଏବଂ ସୌଜନ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ଓ କବି ବ୍ରଜସୁନ୍ଦର ସାହୁ ଏବଂ ସହସମ୍ପାଦିକା କବି ସୁପ୍ରିୟା ସାହୁ ଆଦି ଅନେକ କର୍ମକର୍ତ୍ତା ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି ।


Next Post

କଂଗ୍ରେସର ବଡ ବିଜୟ , କେନ୍ଦ୍ରାପଡାକୁ ରେଳ ଗଡିବ

Mon Mar 4 , 2024
କେନ୍ଦ୍ରାପଡ଼ା ୪/୩: ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ନିଷ୍ପତ୍ତି କଂଗ୍ରେସର ଏକ ବଡ ବିଜୟ । ଏହି ବିଜୟ ପାଇଁ ସେ କେନ୍ଦ୍ରାପଡାବାସୀ ଓ ସମସ୍ତ ସହଯୋଗୀ କଂଗ୍ରେସ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ବେହେରା ଆହୁରି […]

KANIKA