ପାଟକୁରା ବିଧାନସଭା ପାଇଁ ବିଜୟ ପରିଡାଙ୍କ ନାମ ଦାବିକଲା ଯାଦବ ମହାସଭା


କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ଗରାପୁରସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟରେ ଜିଲ୍ଲା କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ମାନେ ନିର୍ବାଚନରେ ଭାଗ ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପାର୍ôଥମାନେ ଆବେଦନ କରିଥିବା ଆବେଦନ ପତ୍ରକୁ ସ୍କ୍ରିନିଂ କମିଟି କୁ ପଠାଯାଇଥିଲା । ସ୍କ୍ରିନିଂ କମିଟି ଠାରୁ ସୁପାରିଶ ପାଇଲା ପରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ଆଇନୀଜୀବୀ, ପଛୁଆବର୍ଗଙ୍କ ନେତା , ଆର. ଏମ. ସି. ର ଉପାଧ୍ୟକ୍ଷ ତଥା କୃଷକନେତା ବିଜୟ କୁମାର ପରିଡାଙ୍କ ନାମକୁ ଉତ୍କଳ ଯାଦବ ମହାସଭାର ସଭାପତି ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୁପାରିସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ସୁପାରିସ ପାଇବା ପରେ ଉତ୍କଳ ଯାଦବ ମହାସଭାର ସଭାପତି ଆଶ୍ରିର୍ବାଦ ବେହେରା ପାଟକୁରା ବିଧାନସଭା ଆସନ ପାଇଁ ବିଜୟ କୁମାର ପରିଡାଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଥିବା ମହାସଭା ପକ୍ଷରୁ କୁହାଯାଇଛି ।


Next Post

କେଉଁଝର ନୁହେଁ କେନ୍ଦ୍ରାପଡାରୁ ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ କରୁ-ସି.ପି.ଆଇ.(ଏମ)

Mon Mar 4 , 2024
  କେନ୍ଦ୍ରାପଡ଼ା, ୪ା୩: ମାର୍ଚ୍ଚ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମ ବେଳେ ପାରାଦୀପ- କେନ୍ଦ୍ରାପଡା- କେଉଁଝର ଯାତ୍ରିବାହୀ ଟ୍ରେନ ଚଳାଚଳର ଶୁଭାରମ୍ବ କରିବାକୁ ଘୋଷଣା କରାଯାଇଛି । ଏଥିସହିତ କୁହାଯାଇଛି କେନ୍ଦ୍ରାପଡାବାସୀଙ୍କର ଅନେକ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଠି ପ୍ରଶ୍ନ ଆସୁଛି କେନ୍ଦ୍ରାପଡା ଜିଲ୍ଲା ସବୁ ଦୃଷ୍ଟିରୁ ପଛୁଆ । ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ଗୁଡିକ ମଧ୍ୟରୁ ଜିଲ୍ଲାକୁ ରେଳ […]

You May Like