
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଠାରେ ପରମକାରୁଣିକ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ସତସଙ୍ଗ ଓ ଭକ୍ତମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସନ୍ୟାସୀ ଭୀମସେନ ଦାସ ମହାରାଜ ଓ ବାବାଜୀ ଜଗବନ୍ଧୁ ଦାସ ମହାରାଜଙ୍କ ତତ୍ୱାବଧାନରେ ଭଜନ ଜଣାଣ ଗୋଷ୍ଟିସ୍ତବ, ଷୋଡ଼ଶ ଉପଚାରପୂଜା, ପ୍ରବଚନ, ମଣୋହି ଆବାହନ କୀର୍ତନ ଆଦି ନୀତିକାନ୍ତ ଯଥାରୀତି ସମ୍ପନ୍ନ ହୋଇଥିଲା । ସମବାୟବିତ ଚିତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି ଗୋଷ୍ଠୀ ପୂଜା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଦାଣ୍ଡିସାହି ଭକ୍ତଗୋଷ୍ଟି ସଭାପତି ପ୍ରେମାନନ୍ଦ ସୁତାର, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, କାର୍ତିକ ରାଉତ, ଜୟନ୍ତ ସିଂ, ଅଣ୍ଢରା ଗୋଷ୍ଠୀ ମୁଖ୍ୟ କିଶୋର ମଲ୍ଲିକ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ ,ସିଂହଗାଁ ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ , ଶ୍ରୀରାମ ମନ୍ଦିର ସମ୍ପାଦକ ସୁରେଶ ଚନ୍ଦ୍ର ନାୟକ, ପ୍ରସନ୍ନ ପ୍ରଧାନ, ଅଧ୍ୟାପକ ନିହାର ରଞ୍ଜନ ସୁତାର, ଗୋଲକ ଚନ୍ଦ୍ର ପାତ୍ର, ରଂଜିତ ସାମଲ, ନୟନ ରାଉତ, ଅର୍ଚନା ମଲ୍ଲିକ, ରୁକ୍ମଣୀ ମଲ୍ଲିକ ପ୍ରମୁଖ ଭକ୍ତମଣ୍ଡଳୀ ଯୋଗ ଦେଇଥିଲେ । ଶେଷରେ ପ୍ରଭୁପାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।











