ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ତଥା ପଂଚାୟତିରାଜ ଦିବସ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମଙ୍ଗଳବାର ପୁରୁଣା ବସଷ୍ଟାଣ୍ଡ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଳକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ନୂତନ ସମୃଦ୍ଧ ଓଡିଶା ଗଠନର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ବଳିଦାନ ବୀରତ୍ୱର ଗାଥା ଓଡ଼ିଆ ଜାତି ସବୁଦିନ ମନେରଖିବ ବୋଲି ମତପ୍ରକାଶ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକାଶ ରାସ୍ତାରେ ଆଗେଇବା ସହିତ ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଥିଲେ ।
ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ,ରାଜ୍ୟ ବିଜେଡି ପର୍ଯ୍ୟବେକ୍ଷକ ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସାନିଆ ପରମିନ ସାହେବା,ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ବ୍ଲକ ଯୁବ ବିଜେଡି ସଭାପତି କୈଳାଶ ସିଂହ ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ରଂଜନ ବିଶ୍ୱାଳ, ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତ,ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସ୍ୱପ୍ନ ରଞ୍ଜନ ବେହେରା, ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ ଓ ସୁବାଷ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ଧନୁର୍ଜୟ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିକାଶପରିଷଦ ସଭାପତି ଗୋପୀ ବଲ୍ଲଭ ନାୟକ,ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ବାରେଣୀ ସେଠୀ,ବ୍ଲକ ବିଜେଡି ସାଧାରଣ ସମ୍ପାଦକ କଳାକର ପ୍ରଧାନ,ସାନ ଜରିଆ ବିଜେଡି ସଭାପତି ଅଜାମ୍ବର ପ୍ରଧାନ, ଦୋଷିଆ ବିଜେଡି ସଭାପତି ସୁଦାମ ରାଉତ, ଯୁବନେତା ଦିଲ୍ଲୀପ ଜେନା, ଗଗନ ପ୍ରସାଦ ଦାସ,ରାମ ଚନ୍ଦ୍ର ରାଉତ,ସୂର୍ଯ୍ୟକାନ୍ତ ରାଉତ ,କାଉନସିଲର ପ୍ରଶାନ୍ତ ବାରିକ,ମୃତ୍ୟୁଞ୍ଜୟ ପାଢ଼ୀ, ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ, ସୁବାଷ ମଲିକ,ବିଜୁ ଯୁବବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ, ପୂର୍ବତନ ସରପଞ୍ଚ ଶ୍ରୀମନ୍ତ ଦାସ,ବିଜୟ ରାଉତ,ଅଶୋକ ପରିଡା,ପ୍ରମୋଦ ଗାହାଣ, ଟୂବୁଲି ଚୌଧୁରୀ, ସୁଶାନ୍ତ ସାମନ୍ତରାୟ, ସୌରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଭାଷଣ ଦେଇ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ବିକାଶଧାରାକୁ ଆଗେଇ ନେବା ପାଇଁ ବିଜେଡି ପ୍ରତି ସମର୍ଥନ ବଜାୟ ରଖିବାକୁ ନିବେଦନ କରିଥିଲେ । ଏହି ସଭାରେ ୧୬ ନଂ ଜୋନ ବିଜେପି ଯୁବନେତା ଅଜିତାଭ ସ୍ୱାଇଁ ବିଜେଡିରେ ସାମିଲ ହୋଇ ଥିବା ଘୋଷଣା କରାଯାଇଥିଲା । ସଭା ପୂର୍ବରୁ ଏମ ଡି ପପୁ, ବାବନ ସାହୁ,ଦିଲ୍ଲୀପ ଜେନା, ଗଗନ ପ୍ରସାଦ ଦାସ,ଅଭିରାମ ସ୍ୱାଇଁ,ଶଶୀକାନ୍ତ ପଣ୍ଡା, ଦିଗାମ୍ବର ମିଶ୍ର, ବାପି ସାମଲ,ମଳୟ ମଲିକ, ରଶ୍ମିରଞ୍ଜନ ପାଢ଼ୀ ପ୍ରମୁଖଙ୍କ ନେତୃତ୍ୱ ରେ ଶହ ଶହ ବିଜେଡି କର୍ମୀ ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ସଭା ସ୍ଥଳରେ ପହଂଚି ଥିଲା । ବିଜୁ ଜୟନ୍ତୀ ଅବସରରେ ବାଇପାସ ଛକ ଠାରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ବ୍ଲକ । ପୌର ଅଧକ୍ଷ ଏବଂ ବିଜେଡି କର୍ମ କର୍ତ୍ତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ । ଏଥି ସହିତ ହରପାର୍ବତୀ ମନ୍ଦିରରେ ପୂଜାର୍ଚନା କରାଯିବା ସହିତ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।