ପଲ୍‌ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୫ା୩: ଦେଶକୁ ପୋଲିଓ ମୁକ୍ତ କରିବା କ୍ରମରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ପଲ୍‌ସ ପୋଲିଓ ଟୀକାକରଣର ଆଜି ହୋଇଛି ଶେଷ ଦିନ । । ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅର୍ଥାତ୍ ଗତ ମାର୍ଚ୍ଚ ୩ ତାରିଖ ପ୍ରାତଃ ୮ ଘଟିକା ସମୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗୋଟିଏ ଶିଶୁକୁ ଦୁଇବୁନ୍ଦା ପୋଲିଓ ଖୁଆଇ ଥିଲେ । ଶୁଭାରମ୍ଭ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡି.ପି.ଏମ୍ ଗୀତାଞ୍ଜଳୀ ଦାଶ, ଭାରପ୍ରାପ୍ତ ଡି.ପି.ଏଚ୍‌.ସି.ଓ ମିନତୀ ମହାପାତ୍ର, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଥିବା ମୋଟ୍ ୨,୧୬,୭୧୧ଜଣ ଶିଶୁଙ୍କୁ ପୋଲିଓ ଟୀକା ପ୍ରଦାନ କରି ଶତ ପ୍ରତିଶତ ସଫଳତା ହାସଲ କରିବା ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ପ୍ରାୟ ୯୩ ପ୍ରତିଶତ ଟୀକାକରଣ କରାଯାଇଛି ବୋଲି ସୂଚନା ପ୍ରାପ୍ତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ୯ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ୬୭୦ଗୋଟି ପୋଲିଓ ବୁଥ୍ ଓ ମୋବାଇଲ ଟିମ୍ ମାଧ୍ୟମରେ ପୋଲିଓ ଟୀକାକରଣ କରାଯାଉଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଭାସିନେଟର ଭାବେ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୯ଗୋଟି ଟିମ୍ ଗଠନ କରାଯାଇଥିଲା ।


Next Post

ନିକିରାଇରେ ବିଜୁ ଜୟନ୍ତୀ ପାଳନ

Tue Mar 5 , 2024
କେନ୍ଦ୍ରାପଡ଼ା, ୫ା୩: ନିକିରାଇ ବନଦୂର୍ଗା ସାଂସ୍କୃତିକ ପରିଷଦ ପରିସରରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଯୁବ ନେତା ଦୁଷ୍ମନ୍ତ କୁମାତ ମଲ୍ଲିକଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ତଥା ଶିକ୍ଷକ ନେତା ପ୍ରଣବ କୁମାର ଜେନା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁବାବୁ କେବଳ ଓଡିଶାର ଜନସାଧାରଣମାନଙ୍କର ହୃଦୟର ସ୍ପନ୍ଦନ ନଥିଲେ ସେ ସମଗ୍ର ଭାରତ ବର୍ଷରେ ଜଣେ ଦୂରଦ୍ରଷ୍ଟା ରାଜନେତା, ଓଡିଆ […]

You May Like