
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ପୁରାତନ ଛାତ୍ର ଛାତ୍ରୀମାନଙ୍କଠାରୁ ଆର୍ôଥକ ସହଯୋଗ, ସାଧାରଣ ପରିଷଦ ବୈଠକ ଡାକିବା ଓ କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଟ୍ଟାମୁଣ୍ଡାଇ କଲେଜ ନାକ କୋଡିନେଟର ଡ଼ ସୁନୀଲ କୁମାର ପ୍ରଧାନ, ଉପଦେଷ୍ଟା ପ୍ରଫେସର ଚନ୍ଦ୍ରାବତୀ ସ୍ୱାଇଁ, ଉପସଭାପତି ରାଜେନ୍ଦ୍ର ଦାଶ, ପତିତପାବନ ଭଦ୍ର, ଚିତରଞ୍ଜନ ମଲ୍ଲିକ, ଶିକ୍ଷାବିତ ମୃତୁଞ୍ଜୟ ମଲ୍ଲିକ, ଗୁରୁ ପ୍ରସନ୍ନ ସାହୁ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ୨୪ ତାରିଖରେ ପଟ୍ଟାମୁଣ୍ଡାଇ କଲେଜ ଆଲମ୍ୟୁନି ଆସୋସିଏସନର ସାଧାରଣ ପରିଷଦ ବୈଠକ ଆହ୍ୱାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।











