ପଟ୍ଟାମୁଣ୍ଡାଇ ବ୍ଲକରେ ବି ଏସ କେ ୱାଇ ନବୀନ କାର୍ଡ ବଂଟନ


ଓଡିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି । ୧୨୮ ଆମ ହସ୍ପିଟାଲ ରୂପାନ୍ତକରଣ ସହ ୧୨ ମେଡିକାଲ କଲେଜ ପ୍ରତିଷ୍ଠା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଂଟ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡରୁ ବଂଚିତ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ନବୀନ କାର୍ଡ ଯୋଗାଇ ଗରିବ ଲୋକମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ୬୮୧ଟି ବଡ଼ ବଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଶନିବାର ପଟ୍ଟାମୁଣ୍ଡାଇ ବ୍ଲକରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ନବୀନ କାର୍ଡ ବଂଟନ କରି ଆୟୋଜିତ ଉତ୍ସବରେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭାଷଣ ଦେଇ ଗରିବ ଲୋକ ଚିକିତ୍ସା ପାଇଁ ଜମି ବିକି ଦେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ଓ ନୂତନ ଭାବେ ପ୍ରସ୍ତୁତ ନବୀନ କାର୍ଡ ବରଦାନ ସଦୃଶ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ସମେତ ବହୁ ପାଂଚାୟତର ସଭ୍ୟାସଭ୍ୟ ସରପଂଚ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ୧୧୭୪ଜଣ ହିତାଧିକାରୀଙ୍କ ମଧ୍ୟରୁ ଶତାଧିକ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା ।


Next Post

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ଘଟଣା, ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

Sat Mar 9 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ଅଳଭା ଲକ୍ ନିକଟରେ ଶନିବାର ଅପରାହ୍ନରେ ଏକ ହାଇୱା ସହ ବାଇକର ମୁଁହା ମୁଁହି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କଟକ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥବା ବେଳେ କଟକରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ କେନ୍ଦ୍ରାପଡାରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଶାସନ ପଂଚାୟତ […]

You May Like