ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅଂଶୁମାନ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଦୋଷିଆ ପଂଚାୟତର ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ଘନିଷ୍ଠ ସହଯୋଗୀ ଦୁର୍ଯ୍ୟୋଧନ ରାଉତଙ୍କର ପରଲୋକ ହୋଇଯାଇଛି । ଦୋଷିଆ ସରପଞ୍ଚ ଭାବେ ପଂଚାୟତ ବିକାଶରେ ଦୁର୍ଯ୍ୟୋଧନଙ୍କ ଯଥେଷ୍ଟ ଅବଦାନ ଥିଲା । ଜଣେ ମିଷ୍ଠଭାଷା ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଥିଲେ। ଖବର ପାଇଁ ରାଜନଗର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତି ନିଜର ଶତାଧିକ ସମର୍ଥକଙ୍କ ସହିତ ଦିବଂଗତ ଦୁର୍ଯ୍ୟୋଧନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ଅଂଶୁମାନଙ୍କ ସହିତ ବରିଷ୍ଠ ବିଜେଡି ନେତା ଅମୂଲ୍ୟ ପ୍ରଧାନ, ନିମାଇ କର, ଯଦୁମଣି ଦାସ,ପ୍ରଦୀପ ପ୍ରଧାନ ବିଜେଡି ଯୁବନେତା ଅବିନାଶ ଲେଙ୍କା, ସନାତନ ବିଶ୍ୱାଳ, ମନୋରଞ୍ଜନ କର,ସରପଞ୍ଚ ନରେଶ ମଲିକ, ରମେଶ ମଲିକ, ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ ବିରଞ୍ଚି ଦାଶ, ଧରଣୀଧର ଭୂୟାଁ ଓ ମିନତୀ ପାତ୍ର, ସମିତିସଭ୍ୟ ପର୍ଶୁରାମ ବେହେରା ଓ ବିଶ୍ୱରଞ୍ଜନ ଭୂୟାଁ, ମାଗୁଣି ଲେଙ୍କା, ସୁଶାନ୍ତ ଦାସ କାଉନସିଲର ମଳୟ ଓଝା, ପୁରୁଷୋତ୍ତମ ଗିରି ଓ ନରେଶ ଜେନା ପ୍ରମୁଖ ବହୁ ବିଜେଡି ନେତା ଦିବଂଗତ ଦୁର୍ଯ୍ୟୋଧନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ବରିଷ୍ଠ କଂଗ୍ରେସ ନେତା ମଳୟ ଦାସ ଦିବଂଗତ ଦୁର୍ଯ୍ୟୋଧନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଡି ଜେ ଶବ୍ଦ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାରୁ ପ୍ରଶାସନ ଡି ଜେକୁ ବ୍ୟାନ କରିବାକୁ ଦାବୀ କରିଛନ୍ତି । ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନଙ୍କ ବିୟୋଗରେ ଦୋଷିଆ ପଂଚାୟତରେ ଶୋକର ଛାୟା ଖେଳିଯାଇଛି ।


Next Post

ଜାତୀୟ ରାଜପଥ ନିର୍ମାଣରେ ଜଳ ସେଚନ ଓ ନିଷ୍କାସନ ଉପର ଧ୍ୟାନ ଦେବାକୁ କୃଷକ ବିକାଶ ପରିଷଦର ଜିଲ୍ଲାପାଳଙ୍କୁ ଦାବି , ୮ ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ସମୟରେ ଜିଲ୍ଲାର ଜଳସେଚନ ଓ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ କୃଷକ ବିକାଶ ପରିଷଦର ଦାବି

Wed Mar 13 , 2024
କେନ୍ଦ୍ରାପଡ଼ା, ୧୩ା୩ : ଦୈତାରୀ ପାରାଦୀପ ଜାତୀୟ ରାଜପଥ ଯାଜପୁର ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ପାରାଦୀପ ପର୍ଯ୍ୟନ୍ତ ଯାଇଅଛି । ହରିଦାସପୁର–ପାରାଦୀପ ରେଳପଥ ଦୈତାରୀ -ପାରାଦୀପ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ଯାଇଅଛି । ଦୈତାରୀ-ପାରାଦୀପ ରାସ୍ତା ୪ ଲେନ ବିଶିଷ୍ଟ ଥିଲା । ଏହାକୁ ସରକାର ଏବେ ୮ ଲେନ ବିଶିଷ୍ଟ କରୁ ଅଛନ୍ତି ଓ ଏହି କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ […]

You May Like