କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହର ଶିଳାନ୍ୟାସ



କେନ୍ଦ୍ରାପଡ଼ା, ୧୪ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହକୁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବିଦାୟକ ଶଶିଭୂଷଣ ବେହେରା ଶିଳାନ୍ୟାସ କରିଅଛନ୍ତି । ଦୁହୁରିଆ ସ୍ଥିତ ଏକ ମହଲା ଗୃହ ଉପରେ ଆଉ ଏକ ମହଲା ଗୃହ ନିର୍ମାଣ ନିମନ୍ତେ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୫-ଟି ସଚିବଙ୍କୁ ତାଙ୍କର କେନ୍ଦ୍ରାପଡା ଭ୍ରମଣ ସମୁୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ଏହି ନୂତନ ଗୃହ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଶିଳାନ୍ୟାସ କରାଯାଇଥିବାରୁ ସାହିତ୍ୟ ସଂସଦ ପରିବାର ତରଫରୁ ସାହିତ୍ୟ ସଂସଦର ସଭାପତି ଡଃ ବାସୁଦେବ ଦାସ, ସମ୍ପାଦକ ଶୁଭାଂଶୁ କୁମାର ଦାସ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ପାର୍ବତୀ ନାୟକ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ସହସମ୍ପାଦକ ଶରତ କୁମାର ରାଉତ, ଉପଦେଷ୍ଟା କାର୍ତ୍ତିକ ଚରଣ ନାୟକ, ଗୋଲକ ସେଠୀ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ୫-ଟି ସଚିବ ଭି. କେ. ପାଣ୍ଡିଆନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶଶିଭୂଷଣ ବେହେରାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଦିନେ ଏହି ଅନୁଷ୍ଠାନ କେନ୍ଦ୍ରାପଡା ଜିଲ୍ଲାରେ ସାହିତ୍ୟ ସଂସ୍କୃତିର କୋଣାର୍କ ଭାବରେ ପ୍ରତିୟମାନ ହେବ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।


Next Post

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

Fri Mar 15 , 2024
ନୂଆଦିଲ୍ଲୀ ୧୫ା୩: ଆସନ୍ତାକାଲି ଅର୍ଥାତ୍ ଶନିବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହା ସହିତ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ । ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ ତାରିଖ ଘୋଷଣା ସହ […]

KANIKA