କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ପରିସରରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ , ନେହେରୁ ଯୁବ କେନ୍ଦ୍ର କେନ୍ଦ୍ରାପଡ଼ା, ଜାତୀୟ ସେବା ଯୋଜନା ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍କଳମଣି ଯୁବକ ସଂଘ ମିଳିତ ଉଦ୍ୟମରେ ଶୁକ୍ରବାର ଭୋଟର ସଚେତନତା ଓ ଭୋଟର ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୂୟାଁ ମୁଖ୍ୟ ଅତିଥି , ଅଧ୍ୟାପିକ ରାଜନୀତି ବିଜ୍ଞାନ ଡ. ନିବେଦିତା ପ୍ରଧାନ , ରାଷ୍ଟ୍ରୀୟ ସେବା ଯୋଜନା ପ୍ରମୁଖ ଅଧ୍ୟାପକ ଅର୍ଥନୀତି ପ୍ରଦ୍ୟୁମ୍ନ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ କଲେଜ ଛାତ୍ରୀଛାତ୍ରମାନଙ୍କୁ ନୂତନ ମତଦାତା ହେବାର ନିୟମ ଓ ପଦ୍ଧତି ଉପରେ ଦିଗ୍ଦର୍ଶନ ଦେଇଥିଲେ । ଏହା ସହିତ ନିର୍ବାଚନରେ ଗୋଟିଏ ମତଦାନର ମୂଲ୍ୟ ରାଷ୍ଟ୍ର ଗଠନରେ କେତେ ମୂଲ୍ୟବାନ ସେ ନେଇ ସଚେତନ କରାଇଥିଲେ । ପରେ ଡ. ନିବେଦିତା ପ୍ରଧାନ ଛାତ୍ରୀଛାତ୍ରଙ୍କୁ ନିଜ ମୋବାଇଲ ମାଧ୍ୟମରେ ମତଦାତା ପଞ୍ଜୀକରଣ ଶିଖାଇଥିଲେ । ଅଧ୍ୟାପକ ସର୍ବେଶ୍ୱର ସାହୁ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ମତଦାନ ସଂକଳ୍ପ ଉପରେ ସତ୍ୟପାଠ କରିବା ସହ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରବଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
kanikanews.in
Next Post
ଶିକ୍ଷକନେତା ଗୋଲକ ସାହୁ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମରଣିକା ଉନ୍ମୋଚନ
Fri Mar 15 , 2024
ବିପ୍ଲବୀ ଶିକ୍ଷକ ନେତା ନିଖିଲ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଗୋଲେଖ ବିହାରୀ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମରଣିକା ସ୍ମୃତି ସ୍ରୋତସ୍ୱନୀ ଉନ୍ମୋଚିତ ହୋଇଯାଇଛି । ରାଜ୍ୟସ୍ତରୀୟ ଶିକ୍ଷକ ନେତା ଶରତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷକନେତା ବିଜୟ ଜେନା ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଇଓ ପାବନୀ ରାଉତ […]

You May Like
- 2 years ago
କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଲିମ ଶିବିର
- 7 months ago
ଉମେଶ ରାଉତ ଚାରିଟେବୁଲ ଟ୍ରଷ୍ଟ ବାର୍ଷିକ ଉତ୍ସବ