
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ପରିସରରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ , ନେହେରୁ ଯୁବ କେନ୍ଦ୍ର କେନ୍ଦ୍ରାପଡ଼ା, ଜାତୀୟ ସେବା ଯୋଜନା ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍କଳମଣି ଯୁବକ ସଂଘ ମିଳିତ ଉଦ୍ୟମରେ ଶୁକ୍ରବାର ଭୋଟର ସଚେତନତା ଓ ଭୋଟର ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୂୟାଁ ମୁଖ୍ୟ ଅତିଥି , ଅଧ୍ୟାପିକ ରାଜନୀତି ବିଜ୍ଞାନ ଡ. ନିବେଦିତା ପ୍ରଧାନ , ରାଷ୍ଟ୍ରୀୟ ସେବା ଯୋଜନା ପ୍ରମୁଖ ଅଧ୍ୟାପକ ଅର୍ଥନୀତି ପ୍ରଦ୍ୟୁମ୍ନ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ କଲେଜ ଛାତ୍ରୀଛାତ୍ରମାନଙ୍କୁ ନୂତନ ମତଦାତା ହେବାର ନିୟମ ଓ ପଦ୍ଧତି ଉପରେ ଦିଗ୍ଦର୍ଶନ ଦେଇଥିଲେ । ଏହା ସହିତ ନିର୍ବାଚନରେ ଗୋଟିଏ ମତଦାନର ମୂଲ୍ୟ ରାଷ୍ଟ୍ର ଗଠନରେ କେତେ ମୂଲ୍ୟବାନ ସେ ନେଇ ସଚେତନ କରାଇଥିଲେ । ପରେ ଡ. ନିବେଦିତା ପ୍ରଧାନ ଛାତ୍ରୀଛାତ୍ରଙ୍କୁ ନିଜ ମୋବାଇଲ ମାଧ୍ୟମରେ ମତଦାତା ପଞ୍ଜୀକରଣ ଶିଖାଇଥିଲେ । ଅଧ୍ୟାପକ ସର୍ବେଶ୍ୱର ସାହୁ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ମତଦାନ ସଂକଳ୍ପ ଉପରେ ସତ୍ୟପାଠ କରିବା ସହ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରବଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।











