ପୌରସଂସ୍ଥା ପକ୍ଷରୁ ପଲିଥିନ୍ ବିରୋଧୀ ଅଭିଯାନ,ପଲିଥିନ୍ ଜବତକୁ ନେଇ ବ୍ୟବସାୟୀଙ୍କ ଦୁର୍ବ୍ୟବହାର


କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସହରର ତିନିମୁହାଣି ମାର୍କେଟ୍‌ରେ ପଲିଥିନ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପଲିଥିନ ଜବତକୁ ନେଇ ଜନୈକ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍‌ଏଚ୍‌ପିସି ସୁକାନ୍ତ ବିଶ୍ୱାଳ, ସାନିଟାରି ଏକ୍ସପର୍ଟ୍ ଓ ପୌର କର୍ମଚାରୀମାନେ ଟାଉନ ଥାନା ପୋଲିସ ଉପସ୍ଥିତିରେ ତିନିମୁହାଣୀ ମାର୍କେଟର ବିଭିନ୍ନ ଦୋକାନରୁ ପଲିଥିନ୍ ଓ ଫୋମ୍ ପ୍ଲେଟ୍ ଏବଂ ଜରି ଜବତ କରୁଥିବା ସମୟରେ ଏକ ସଂସ୍ଥାର ମାଲିକ ପୌର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ କର୍ମଚାରୀମାନଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।


Next Post

ନିଜ ନିର୍ବାଚନ ମଣ୍ଡଳୀରେ କେବେ ଭୋଟ୍ ହେବ ଜାଣି ରଖନ୍ତୁ

Sat Mar 16 , 2024
ଭୁବନେଶ୍ୱର,୧୬ା୩- ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଦେଶରେ ମେ ୧୩ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ […]

KANIKA