
କେନ୍ଦ୍ରାପଡା: କେନ୍ଦ୍ରାପଡା ଏମ୍ ପାୱାର ପବ୍ଲିକ ସ୍କୁଲ ଗରାପୁରର ୭ମ ବାର୍ଷିକ ଉତ୍ସବ କେନ୍ଦ୍ରାପଡା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରିନ୍ସପାଲ୍ ସ୍ନେହା ଲତା ହାତି ବାର୍ଷିକ ବିବରଣୀ ପାଠକରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଏବଂ ଅନ୍ୟାନ୍ୟ ଅତିଥି ଭାବେ ବ୍ୟସା ନଗର ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଦେବସ୍ମିତା ସାହୁ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ଏସ.ସି.ବି ମେଡିକାଲ କଲେଜ, କଟକର ମୁଖ୍ୟ ରେଡିଓଲୋଜିଷ୍ଟ ଡ.ସୁବ୍ରତ ରାଉତ, ଡାଇରେକ୍ଟର କଟକ ସିଲଭର ସିଟି ହସପିଟାଲର ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ବେହୁରା, ଡାଇରେକ୍ଟର କିଡି କେୟାର ବେବି ହସପିଟାଲ ଡାକ୍ତର ଡ.ଭାସ୍କର ନାୟକ, ଫିଲ୍ିପ୍ସି ଏମ.ଜି.ଏନ୍ ମେଡିସେଫ ପ୍ରାଇଭେଟ ଲିମିଟେଡର ଏମ.ଡି. ଦେବଦତ୍ତ ମହାପାତ୍ର ଯୋଗଦେଇଥିଲେ । ମନୋରଞ୍ଜନ କାର୍ଯ୍ୟପାଇଁ ସିନିୟର ଅଲିଉଡ୍ ଆକ୍ଟ୍ରେସ ଅଭିଜିତ୍ ମଜୁମ୍ଦାର ସ୍କୁଲର ପିଲାମାନଙ୍କ ସହିତ ଷ୍ଟେଜରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିଥିଲେ ଏବଂ ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲ ତରଫରୁ ମେଧାବୀ ଏବଂ ଶୃଙ୍ଖଳିତ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏମ୍ ପାୱାର ଇଣ୍ଡିଆ ଟ୍ରଷ୍ଟର ଚେୟାରପର୍ସନ ଶ୍ରୀଯୁକ୍ତ କପିଳାସ ଆଦାବର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟର ଗଣେଶ ପ୍ରସାଦ ବିଶ୍ୱାଳ ୭ ବର୍ଷ ହେଲା ସ୍କୁଲ କେଉଁପରି ଭାବରେ ଚାଲିଛି ତାହା ଉଲ୍ଲେଖ କରିଥିଲେ । ଅନ୍ୟ ଡାଇରେକ୍ଟର ମାନଙ୍କ ମଧ୍ୟରୁ ଅନିମା ସୁରିଆ ଏବଂ ରାଜୀବ ପଟ୍ଟନାୟକ ଗୁଣୁପୁର ଏମ.ପାୱାର ସ୍କୁଲରୁ ଆସି କେନ୍ଦ୍ରାପଡାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍କୁଲ ତରଫରୁ ପବିତ୍ର ରମଜାନ ମାସ ଚାଲୁ ଥିବାରୁ ସମସ୍ତ ମାଇନୋରିଟି ସଂପ୍ରଦାୟର ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଇଫତାର ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇ ଏବଂ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରାଯାଇଥିଲା ।











