
କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତରେ ଏକ ନିର୍ବାଚନୀ ବୈଠକ ସିଂହଗାଁଠାରେ ପଞ୍ଚାୟତ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ଆମେ ବିଧାନସଭା ଯିବା ଲକ୍ଷ୍ୟ ପୂରଣ ନେଇ ଆମକୁ ‘କର ବା ମର’ ଆହ୍ୱାନରେ ସମ୍ମୁଖୀନ । ସୁତରାଂ ଆମେ ସମସ୍ତେ ଏକାଠି ଲଢି ସିଂହଗାଁ ପଞ୍ଚାୟତରେ ମୋତେ ବିଜୟୀ କରିବାକୁ ନିବେଦନ କରିଥିଲେ । ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୮ଖଣ୍ଡ ଭୋଟରେ ପରାଜିତ ହୋଇଥିଲା । ଏଥର ଏପରି ସର୍ବନିମ୍ନ ୫୮ଖଣ୍ଡ ଭୋଟରେ କଂଗ୍ରେସର ବିଜୟ ହେବ ପ୍ରାଣ ମୂର୍ଚ୍ଚା ଉଦ୍ୟମ କରିବା ଜରୁରୀ । ଏହି ବୈଠକରେ ପଞ୍ଚାୟତ କଂଗ୍ରେସ ସଭାପତି ଦୀପକ କୁମାର ନାୟକ, ପୂର୍ବତନ ସରପଞ୍ଚ କାଙ୍ଗାଳୀ ଚରଣ ସେଠୀ, ପୂର୍ବତନ ସଭାପତି ସଞ୍ଜୟ କୁମାର ବେହୁରାଙ୍କୁ ନେଇ ଏକ ତିନିଜଣିଆ ପଞ୍ଚାୟତ ନିର୍ବାଚନ କମିଟି ଗଠିତ କରାଯାଇଛି । ଏତଦ୍ବ୍ୟତୀତ ସିଂହଗାଁ ପଞ୍ଚାୟତ ଅନ୍ତର୍ଗତ ତିନିଗୋଟି ବୁଥ୍ ପାଇଁ ତିନିଗୋଟି ବୁଥ୍ କମିଟି ମଧ୍ୟ ଗଠନ କରାଯାଇ ନିର୍ବାଚନ ଦାୟିତ୍ୱ ଅର୍ପଣ କରାଯାଇଛି । ସିଂହଗାଁ ପଞ୍ଚାୟତକୁ ବ୍ଲକ ଓ ଜିଲ୍ଲା ସଦର ମହକୁମା ସହ ସଂଯୋଗ କରୁଥିବା କଣ୍ଡିଆନାଳ ସେତୁର ମଞ୍ଜୁରୀ ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିବାରୁ ପଞ୍ଚାୟତ ବାସୀଙ୍କ ତରଫରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରି ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏହି ବୈଠକରେ ସର୍ବଶ୍ରୀ ପ୍ରଭାକର ପାତ୍ର, ବ୍ରଜକିଶୋର ଦାସ, ରମ୍ୟରଞ୍ଜନ ସାମଲ, ମାନସ ରଞ୍ଜନ ସେଠୀ, ପ୍ରଶାନ୍ତ କୁମାର ଦାସ, କାଙ୍ଗାଳି ଚରଣ ସେଠୀ, ରାଜୀବ କୁମାର ସେଠୀ ଓ ଜ୍ୟୋତିରଞ୍ଜନ ପ୍ରଧାନ ଭାଷଣ ଦେଇ ଗଣେଶ୍ୱର ବେହେରାଙ୍କ ସମ୍ମାନ ରକ୍ଷା କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସତ୍ୟ ନାରାୟଣ ଦାସ, ରାଜୀବ ସେଠୀ, କଣ୍ଡୁରି ସେଠୀ, ମାନସ ସେଠୀ, ପ୍ରକାଶ ମଲ୍ଲିକ, ଉଦୟନାଥ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, ବସନ୍ତ କୁମାର ସୂତାର, ବିକ୍ରମ ନାୟକ, ଲିପନ ନାୟକ, ଅଜୟ ଦାସ, କେଦାରନାଥ ପଲାଇ, ନରହରି ଦାସ, ସୁମନ୍ତ ଦାସ, ନାରାୟଣ ସେଠୀ, ଦୀପ୍ତିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।











