କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ିଚଲିଥିବା ବେଳେ ନିଶାସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି । ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି । ନିଶାରେ ମତୁଆଲା ହୋଇ ସେମାନେ ମଦ, ଗଞ୍ଜେଇ, କଫ ସିରପ, ନିଶା ଟେବଲେଟ ଓ ବ୍ରାଉନ ସୁଗାର ବ୍ୟାପାର ଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି […]

କେନ୍ଦ୍ରାପଡ଼ା, ୨୨ା୩: କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଚନ୍ତି । ଶ୍ରୀମତୀ ନାୟକ ଗତ ୨୦୦୪ରୁ ୨୦୦୯ମସିହା ପର୍ଯ୍ୟନ୍ତ ଚର୍ତୁଦଶ ଲୋକସଭାରେ ବିଜୁ ଜନତାଦଳରୁ ଲୋକସଭା ସାଂସଦ ଥିଲେ । ଶ୍ରୀମତୀ ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁ ଏବଂ ବର୍ତ୍ତମାନର […]

କେନ୍ଦ୍ରାପଡ଼ା, ୨୨ା୩: ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଏକ ଦୁଇଜଣିଆ ଟିମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚି ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଡେପୁଟୀ ଡାଇରେକ୍ଟର ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଦୁଇଜଣିଆ ଟିମରେ ସହକାରୀ ନିର୍ଦେଶକ ବିଜୟ କୁମାର ସାହୁ ଅଛନ୍ତି […]

କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍‌.ସି ଆସିଥିଲେ । କିନ୍ତୁ ଚିକିତ୍ସା […]

କେନ୍ଦ୍ରାପଡ଼ା,୨୨ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ଇସି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପଞ୍ଚାୟତ ମହାସଂଘର ଏମ୍‌ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟକଳାପ ବିଷୟରେ କାର୍ଯ୍ୟକାରିଣୀ ସଦସ୍ୟାମାନେ ବ୍ଲକ ଅଧିକାରିଣୀଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ଫେଲ୍ ମାରିଛି ସରକାରଙ୍କ ଆଲୋକିକରଣ ବ୍ୟବସ୍ଥା । ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗେଇ ଠିକାସଂସ୍ଥା ମାଲେମାଲ ହୋଇଥିବାବେଳେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ ସରଞ୍ଜାମ ଲଗା ହେବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳର ବିଭିନ୍ନ ପଂଚାୟତରେ ଆଲୋକିକରଣ ପାଇଁ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷରେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ନିକଟସ୍ଥ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା […]