
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ନିକଟସ୍ଥ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଆଘାତ ବହୁତ ଗହିରା ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା । ଦୁର୍ବୃତଙ୍କ ଛୁରୀ ଆକ୍ରମଣରେ ଭୀମସେନଙ୍କ ପେଟ ଓ ଜଙ୍ଘରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ସେ ଏବେ ଚିକିତ୍ସାଧିନ ଅଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ପୋଲିସ ବାହିନୀ ଘଟଣା ସ୍ଥଳରେ ପହଂଚି ଏହି ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅପରାଧି ମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରିବାରେ ସକ୍ଷମ ହୋଇନଥିବା ଏବଂ ତଦନ୍ତ ଦିଗରେ ସେତିକି ଗୁରୁତ୍ୱ ଦିଆଯାଉନଥିବା ପରିଲକ୍ଷିତ ହେଉଛି । ପୋଲିସର ଏଭଳି ନିଷ୍କ୍ରିୟତା ଏବଂ ଅପାରଗତାକୁ ନେଇ ଆଇନଜିବୀ କ୍ଷୀରୋଦ ପ୍ରଧାନ, ପ୍ରଦ୍ୟୁମ୍ନ ସାମନ୍ତରାୟ, ସୌମ୍ୟ ରଞନ ଧଳ, ପ୍ରମୋଦ କୁମାର ସାହୁ, ବିଜୟ ରାଉତ, ତପନ ନନ୍ଦୀ, ତପନ ମିଶ୍ର, ରାମକୃଷ୍ଣ ଦାଶ, ସୁଶୀଲ କୁମାର ଦାସ, ଭବାନୀ ଶଙ୍କର ପଣ୍ଡା, ବିଦ୍ୟାଧର ଦାସ, ଶରତମଲିକ, ପୀତାମ୍ବର ପଣ୍ଡା, ଦେବବ୍ରତ ସ୍ୱାଇଁ, ହରେକୃଷ୍ଣ ନାୟକ, ନାରାୟଣ ସାହୁ, ଜାନକୀ ବଲ୍ଲଭ ବିଶ୍ୱାଳ, ସୁମନ୍ତ ମଲିକ, ସୁଶାନ୍ତ ସାମଲ, ସୁନାକର ପ୍ରଧାନ, ଗୟାଚାନ୍ଦ ପରିଡା, ଗୋଲେକ ବେହେରା, ବିଶ୍ୱନାଥ ରାଉତ, ସୁବ୍ରତ ରଥ, ସରକାରୀ ଓକିଲ ରାଜେନ୍ଦ୍ର ମିଶ୍ର, ତମସା ପାତ୍ର, ରୀତାଞ୍ଜଳି ଦାଶ, ଶୁଭଲକ୍ଷ୍ମୀ ସ୍ୱାଇଁ, ପ୍ରଣତି ଦାସ, ଗୀତାଞ୍ଜଳି ପୃଷ୍ଟି, ପ୍ରମୋଦ କୁମାର ଦାଶ, ସୁଧୀର ଦାସ, ପ୍ରଭାତ ବେରା, ପ୍ରଫୁଲ୍ଲ ସାହୁ, ଲଲାଟେନ୍ଦୁ ଲେଙ୍କା, ଗୁରୁଚରଣ ଷଣ୍ଢ, ସଂଜୀବ କୁମାର ମିଶ୍ର, ପ୍ରଫୁଲ୍ଲ ଦାସ, ଶୁବଦୀପ ଗୁପ୍ତା, ରମେଶ ଚନ୍ଦ୍ର ଦାସ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଅନନ୍ତ ଚରଣ ଦାସ, ଧବଳ କୁମାର ସାହୁ, ପ୍ରକାଶ କୁମାର ତାଡୁ ପ୍ରମୁଖ ବରିଷ୍ଠ ଅଇନିଜୀବି ଯୁଧିଷ୍ଟିର ପଣ୍ଡା ଆସାମୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।











