ବିଶ୍ୱ ଜଙ୍ଗଲ ଦିବସ ପାଳିତ

ବିଶ୍ୱ ଜଙ୍ଗଲ ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉପ୍ରା ବିଦ୍ୟାଳୟରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିରାକାର ସେଠୀ, ସିଆରସିସି ଏମ ଡି ମସିଉଲ୍ଲା, ପୂର୍ବତନ ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ରାଉତ ଓ ସହକାରୀ ଶିକ୍ଷକ କବି ଅନ୍ତର୍ଯ୍ୟାମୀ ବେଜ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ରଶ୍ମିରେଖା ମହାରଣା ଧନ୍ୟବାଦ ଦେଇଥିଲେ ।