ବଟବାବା ସାଂସ୍କୃତିକ ସଂଗଠନର ପୂଜ୍ୟପୂଜନ ଉତ୍ସବ


କେନ୍ଦ୍ରାପଡ଼ା, ୨୪ା୩: କେନ୍ଦ୍ରାପଡାର ପ୍ରତିଷ୍ଠିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବଟବାବା ସାସ୍କୃତିକ ସଂଗଠନ, ତୁଣୁପୁରର ତ୍ରିଦିବସ ବ୍ୟାପି ୨୯ତମ ନାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଉତ୍ସବର ପ୍ରଥମ ଦିବସରେ ବଗଡା ପଞ୍ଚାୟତର ୨୦ଜଣ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ସଂଗଠନର ସଭାପତି ନିତ୍ୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟଅତିଥି, ଆଶୁକବି ହେମନ୍ତ ଜେନା ମୁଖ୍ୟବକ୍ତା, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ସରପଞ୍ଚ ସୁବନୀ ସାହୁ, ସମାଜସେବୀ ଆଦିକନ୍ଦ ରାଉଳ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆମ ସମାଜକୁ ବରିଷ୍ଠ ନାଗରିକମାନଙ୍କ ତ୍ୟାଗ, ଅବଦାନକୁ ସ୍ୱୀକୃତି ଦେବାକୁ ଆୟୋଜିତ ଏପରି କାର୍ଯ୍ୟକ୍ରମ ଏତିକିରେ ସୀମିତ ନରହି ସେମାନଙ୍କର ବାସ୍ତବ ସମସ୍ୟାର ସମାଧାନ ଦିଗରେ ଏହି ସଂଗଠନର କର୍ମକର୍ତ୍ତାମାନେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ସଂଗଠନର ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ନାୟକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ପଣ୍ଡିତ ପ୍ରତାପ କୁମାର ପତି ଅତିଥି ପରିଚୟ ଓ ଦିଲ୍ଲିପ କୁମାର ବରାଳ ଉଦଘାଟନୀ ଓ ଗୋଲଖ ସେଠୀ ଉଦଯାପନୀ ସଂଗୀତ ଗାନ କରିଥିଲେ । ଆଶୁତୋଷ ପଣ୍ଡା ସଭାକାର୍ଯ୍ୟ ସଂଚାଳନ କରିଥିବା ବେଳେ ସ୍ମୃତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁବାସ ଚନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ଜେନା, ରାଜକିଶୋର ସ୍ୱ ।ଇଁ, ରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading