ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା “ରାମ ଉତ୍ସବ” ଜାତୀୟ ସ୍ତରୀୟ ଚିତ୍ର କର୍ମଶାଳାରେ ଏକମାତ୍ର ଓଡିଆ ଯୁବ ଚିତ୍ରଶିଳ୍ପୀ ଭାବେ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ।


କେନ୍ଦ୍ରାପଡା ମହିପାଳ ସରକାରୀ ହାଇସ୍କୁଲର ଚିତ୍ରକଳା ଶିକ୍ଷକ ତଥା କ୍ରିଷ୍ଣା ଆର୍ଟ ଆଣ୍ଡ କଲଚର ଏକାଡେମୀର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା ରାମ ଉତ୍ସବଶୀର୍ଷକ ଚିତ୍ର କର୍ମଶାଳାରେ ସମ୍ମାନୀତ କରାଯାଇଅଛି । ଚଳିତ ମାସ ୧୬ ତାରିଖରୁ ୨୨ ତାରିଖ ଟେଣ୍ଟ ସିଟି ଉତ୍ତର ପ୍ରଦେଶ ଠାରେ ସଂସ୍କାର ଭାରତୀ ଓ ଲଳିତକଳା ଏକାଡେମୀ ଉତ୍ତରପ୍ରଦେଶ ମିଳିତ ଉଦ୍ୟମରେ ଦେଶର ପ୍ରତି ରାଜ୍ୟର ଶ୍ରେଷ୍ଠ ଯୁବ ଚିତ୍ରଶିଳ୍ପୀ ମାନଙ୍କୁ ଚୟନ କରି ୫୧ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ରାମ ଉତ୍ସବଶୀର୍ଷକ ଜାତୀୟ ସ୍ତରୀୟ ଚିତ୍ର କର୍ମଶାଳାରେ ୧୦୨ଟି ଚିତ୍ର ଅଙ୍କନ କରାଯାଇଥିଲା ଓ ଏହାପରେ ୨୨ ତାରିଖରେ ପ୍ରଦର୍ଶିତ କରାଯାଇଥିଲା । କେନ୍ଦ୍ରାପଡାର ସୌମ୍ୟରଂଜନ ପଟ୍ଟନାୟକ ଏକମାତ୍ର ଯୁବ ଚିତ୍ରଶିଳ୍ପୀ ଭାବେ ଉକ୍ତ ଉତ୍ସବରେ ଓଡିଶାକୁ ପ୍ରତିନିଧିତ୍ୱ କରି ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ତରଫରୁ ସୌମ୍ୟରଂଜନଙ୍କୁ ଉପଢୌକନ, ମାନପତ୍ର, ସ୍ମୃତି ଫଳକ ଓ ୨୨୦୦୦ ମାନଦେୟ ସହ ରାମ ମନ୍ଦିର ପୂଜକ ଦିଲ୍ଲିପ ଦାସ ଯୋଗୀ ମହାରାଜ, ଜାତୀୟ ଆଧୁନିକ କଳା ସଂଗ୍ରାହଳୟ ନୂଆଦିଲ୍ଲୀର ନିର୍ଦ୍ଦେଶକ ଓ ଅନ୍ୟ ମାନ୍ୟଗଣ୍ୟ ବରିଷ୍ଠ ପଦାଧିକାରୀ ସୌମ୍ୟଙ୍କ ଚିତ୍ରିତ କରିଥିବା ଚିତ୍ର ଓଡିଶା ଓ ସାରା ବିଶ୍ୱର ବଡ ଠାକୁର ଜଗନ୍ନାଥଙ୍କ ରଘୁନାଥ ବେଶକୁ ଉଚ୍ଚ ପ୍ରଶଂସା କରି ସମ୍ବର୍ଦ୍ଧିତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading