ଆଇନଜୀବୀଙ୍କ ଘରୁ ଚୋରୀ ଓ ଆକ୍ରମଣ ମାମଲାରେ ଜଣେ ଗିରଫ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନଙ୍କ ଘରୁ ଚୋରୀ ଓ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଜଣେ ଅଭିଯୁକ୍ତକୁ ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅବଜୁନା ଗ୍ରାମର କାଳନ୍ଦି ଦାସଙ୍କ ପୁଅ ରଞନ ଦାସ । ରଞନ ଗିରଫ ହେବା ସମ୍ପର୍କରେ ଅନ୍ୟ ଅପରାଧିମାନେ ଜାଣି ଫେରାର ହୋଇଯାଇଛନ୍ତି । ଖୂବ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ରଞିତ ମହାନ୍ତି ସୁଚନା ଦେଇଛନ୍ତି ।


ମିଳିଥିବା ରିପୋର୍ଟ ମୁତାବକ, ଗତ ୧୬ ତାରିଖରେ ଆଇନଜିବୀ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଆଘାତ ବହୁତ ଗହିରା ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା । ଦୁର୍ବୃତଙ୍କ ଛୁରୀ ଆକ୍ରମଣରେ ଭୀମସେନଙ୍କ ପେଟ ଓ ଜଙ୍ଘରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ସେ ଏବେ ଚିକିତ୍ସାଧିନ ଅଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ଏନେଇ ୮୯/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ରବିବାର ରାଜନଗର ପୋଲିସ କେତେଜଣ ଚୋରି ଅପରାଧିଙ୍କୁ ଧରି ପଚରାଉଚରା ବେଳେ ଏହି ଚୋରୀ ସମ୍ପର୍କରେ ଜଣାପଡିଥିଲା । ପରେ ପଟ୍ଟାମୁଣ୍ଡାଇ ଆଇଆଇସି ଶ୍ରୀ ମହାନ୍ତି ବାଲେଶ୍ୱରରୁ ରଞନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଜାମିନ ଆବେଦନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାମଞ୍ଜୁର କରିବା ପରେ କେନ୍ଦ୍ରାପଡା ଉପ କାରାଗାରକୁ ପଠାଇ ଦିଆ ଯାଇଥିବା ପ୍ରାପ୍ତ ସୂଚନାରୁ ଜଣା ପଡିଛି ।


Next Post

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Tue Mar 26 , 2024
କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଆସନ୍ତା ଏପ୍ରିଲ ମାସ ପହିଲାରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯିବ। ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ସଭାପତି ଗୋପୀବଲ୍ଲଵ ନାୟକଙ୍କ ପୌରାହିତ୍ୟରେ ସ୍ଥାନୀୟ ପଟ୍ଟାମୁଣ୍ଡାଇ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଗୋପୀନାଥ ତ୍ରିପାଠୀ ବୈଠକରେ କାର୍ଯ୍ୟକ୍ରମର ରୂପରେଖ ତଥା ଅତିଥି ଓ ବକ୍ତାଙ୍କୁ ଆମନ୍ତ୍ରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି […]

KANIKA