‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା’ ପୁସ୍ତକ ଉନ୍ମୋଚିତ


କେନ୍ଦ୍ରାପଡ଼ା, ୨୯ା୩: ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା’ ବାଲିପାଟଣା ସ୍ଥିତ ଲଛମନଜୀଉଙ୍କ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ଗାଳ୍ପିକ ମାତୃଦତ୍ତ ମହାନ୍ତି ଓ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମନ୍ତ୍ର ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଲଛମନଜୀଉଙ୍କ ଅନାଲୋଚିତ ଅଲୌକିକତା ବିଷୟରେ ବିସ୍ତୃତ ଭାବେ ତଥ୍ୟ ସ୍ଥାନ ପାଇଛି । ଏଥିସହିତ ଲେଖକଙ୍କ ଦ୍ୱାରା ରଚିତ ଭଜନ, ଜଣାଣ ଓ ଅନୁଭୁତି ମଧ୍ୟ ପୁସ୍ତକରେ ସ୍ଥାନିତ ହୋଇଛି । ଏହି ପୁସ୍ତକଟି ଏକ ଆଧ୍ୟାତ୍ମିକ ଅନୁଭବରୁ ସ୍ରୁଷ୍ଟି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରୀ ଚରଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାକୁ ସମାଜସେବୀ ବ୍ରଜକିଶୋର ସାହୁ ପରିଚାଳନା କରିଥିବା ବେଳେ ଶ୍ରୀଧର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗୌରାଙ୍ଗ ଚରଣ ସାହୁ ଓ ସରଳ ରେଖା ସାହୁ ପ୍ରମୁଖ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

 


Next Post

ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ଅନୁଷ୍ଠିତ

Fri Mar 29 , 2024
କେନ୍ଦ୍ରାପଡ଼ା,୨୯ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, […]

KANIKA