ଶକ୍ତି ଦେଖାଇଲା କଂଗ୍ରେସ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମିଳିତ ରୋଡ଼ ସୋ


କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୁଧବାର କଂଗ୍ରେସ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କରିବ ସହ ଦମ ଦେଖାଇଛି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, ରାଜନଗରର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ ସହରରେ ରୋଡ ସୋ’ କରିବା ସହ ପଟ୍ଟାମୁଣ୍ଡାଇ ବ୍ଲକ  ଏବଂ ମ୍ୟୁନିସିପାଲଟିରେ ଥିବା ବିଭିନ୍ନ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାର ଓ ଶାସକ ଦଳକୁ ଟାର୍ଗେଟ କରିବା ସହ ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ଦିଗରେ ସେମାନଙ୍କର ଥିବା ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀର ରାଜନଗର ବ୍ଲକରେ ଦୀର୍ଘ ଦିନଧରି ଦବଦବା ରଖିଥିବା ବିଜେଡିର ଉପକୂଳ ନେତା ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ବିଧାୟକ ପ୍ରାର୍ଥୀ କରିବା ପରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ସହ ଜୋରଦାର ଲଢେଇ ଆଶା କରାଯାଉଛି । ପ୍ରାଥମିକତା ଭିତ୍ତିରେ ସେ ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି । ତାହା ସହିତ, ସ୍ଥାନୀୟ ଅଞ୍ଚଳର କୃଷକ, ମତ୍ସ୍ୟଜୀବୀ ଓ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା ଅଶୋକ କହିଛନ୍ତି ।

ଏହି ଶୋଭାଯାତ୍ରାରେ  ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଜିଲ୍ଲା ଓବସି ସଭାପତି ମଳୟ ଦାସ, ଜିଲ୍ଲା ଛାତ୍ର କଂଗେସ ସଭାପତି ବିଭୁ ପ୍ରସାଦ ଜେନା, ଜିଲ୍ଲା ଅନୁସୂଚିତ ବିଭାଗ ସଭାପତି ସର୍ବେଶ୍ୱର ସେଠୀ, ବରିଷ୍ଠ କଂଗେସ ନେତା  ରମାକାନ୍ତ ଦାଶ, ଅଜୟ ବାଇ,ତପନ ପାତ୍ର,ପ୍ରଭାତ ସେଠୀ ଚାନ୍ଦ ମିର୍ଜା, ପୁରସ୍ତମ ବାଇ, ଫୁକନ କର, ଦିଲୀପ ସେଠୀ,ରଞ୍ଜିତ ସାହୁ,  ଗଣେଶ ସାହୁ, ଅକ୍ଷୟ ପାତ୍ର, ଗୁଲୁ ସାହୁ, ମଞ୍ଜୀତି ସାହୁ, ଅମୂଲ୍ୟ ମଲ୍ଲିକ, ସୁକାନ୍ତ ଦାସ, ଜଗନ୍ନାଥ ମଲ୍ଲିକ ପ୍ରମୁଖ ସାମିଲ ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ଅଂଚଳରେ ଥିବା ବିଭିନ୍ନ ଦେବା ଦେବୀ ମନ୍ଦିର ଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସମର୍ଥନ ଭିକ୍ଷା କରିଥିଲେ ।


Next Post

ବାଛରା ପଂଚାୟତ ବିଜେଡି ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

Wed May 1 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ  ଏକ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ […]

You May Like