ବାଛରା ପଂଚାୟତ ବିଜେଡି ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ  ଏକ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ ନାୟକଙ୍କ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ ।  ଏଥିରେ ୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଆଡ଼ଭୋକେଟ କ୍ଷୀରୋଦ ବିହାରୀ ପ୍ରଧାନ, ସରପଞ୍ଚ ରଂଜିତା ସାହୁ,ସମିତି ସଭ୍ୟା ସୁମିତ୍ରା ସାହୁ, ବରିଷ୍ଠ ନେତା ବିଚିତ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ସୁଧାଂଶୁ ସାମଲ, ବିଜୟ ସାହୁ ଓ ଜୟନ୍ତୀ ମଲିକ, ପୂର୍ବତନ ସମିତିସଭ୍ୟ ଅଜୟ ସାହୁ ଓ ଶ୍ରୀକାନ୍ତ ବେହେରା, କାର୍ତିକ ପ୍ରଧାନ ଧୃବାନନ୍ଦ ପ୍ରଧାନ, ଅଭୟ ପ୍ରଧାନ, ସୁଶାନ୍ତ ପ୍ରଧାନ  ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଶେଷରେ ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ ଧନ୍ୟବାଦ ଦେଇଥିଲେ ।ଏଥିରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ବିଜେଡିରେ ସାମିଲ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading