କେନ୍ଦ୍ରାପଡା ୩/୫ – ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ବିଜୁ ଜନତା ଦଳର ଏକ ବନ୍ଧୁମିଳନ ସମାବେଶ ବିଜୁ ଜନତା ଦଳର ଅନୁଗତ ଓ ଗଣେଶ୍ୱର ବେହେରାଙ୍କ ସହିତ କଂଗ୍ରେସ ଦଳରୁ ଆସିଥିବା ନବାଗତମାନଙ୍କ ସହ ସୌହାଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ଜିଲ୍ଲା ସଭାପତି ଧିରେନ କୁମାର ସାହୁଙ୍କ […]
Day: 3 May 2024
କେନ୍ଦ୍ରାପଡ଼ା, ତା ୦୩/୦୫: ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏକ ମିଳିତ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା […]
କେନ୍ଦ୍ରାପଡ଼ା, ୩ା୫: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ଉପଜିଲ୍ଲାପାଳ ତଥା ସଭାପତି ରବିନ୍ଦ୍ର କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଆସନ୍ତା ୨୦୨୪ ମସିହା ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରାର ନୀତିକାନ୍ତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଣ୍ଡିତ ଧ୍ରୁବ ଚରଣ ପଣ୍ଡା ଏବଂ ଶ୍ରୀ ମନ୍ଦିରର ୪ଜଣ(ଗୋସାଇଁ) ପୁରୋହିତ, ଟ୍ରଷ୍ଟ ବୋର୍ଡର ସଭ୍ୟ […]
କେନ୍ଦ୍ରାପଡ଼ା, ୩ା୫: ଏକ ଜମି ପଟ୍ଟାରେ ନାମ ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ କେନ୍ଦ୍ରାପଡା ଅତିରିକ୍ତ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୀତେନ୍ଦ୍ର କୁମାର ସେନାପତିକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଅଭିଯୋଗ ଅନୁଯାୟୀ ଗାୟତ୍ରୀ ମିଶ୍ର ନାମକ ଜନୈକ ମହିଳା ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ମୈାଜାରେ ଏକ ଏ.୦୫ଡେସିମିଲ ପରିମିତ ସ୍ଥିତିବାନ ଜମି ଗତ ୧୯୯୧ମସିହାରେ କ୍ରୟ […]
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ବିଜେଡିରେ ଯୋଗ ଦେଇଥିବା ରାଜନଗର ଆସନର ପୂର୍ବତନ ବିଜେପି ପ୍ରାର୍ଥୀ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବାର୍ଷିଆନ ନେତା ବିଜୟକେତନ ସ୍ୱାଇଁଙ୍କୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ […]
କେନ୍ଦ୍ରାପଡା ୩/୫ – ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାଶ ଅତିଥି ପରିଚୟ ପ୍ରଦାନ କରବା ପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ତଥା ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀ […]
କେନ୍ଦ୍ରାପଡ଼ା, ୩ା୫: କେନ୍ଦ୍ରାପଡା କଲେଜରେ ସ୍ନାତକୋତର (ପିଜି) ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ପ୍ରତିବାଦରେ ଛାତ୍ର ଅଶାନ୍ତି ତେଜିଛି । ଶତାଧିକ ପିଜି ଛାତ୍ର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ପ୍ରକାଶ ଯେ, କେନ୍ଦ୍ରାପଡା କଲେଜରେ ମୋଟ ୧୫ଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ ଜରିଆରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଇଛି । […]
ନିର୍ବାଚନର ସରଗରମ ମାହୋଲରେ ରାଜ୍ୟରେ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଜାତୀୟ ନିର୍ବାଚନ କମିଶନ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଭାରତ ନିର୍ବାଚନ ଆୟୋଗ ଗୁରୁବାର ଦିନ ରାଜ୍ୟର ପ୍ରଭାବ ଶାଳୀ ଆଇଏଏସ ଅଫିସର ତଥା ମିଶନ ଶକ୍ତିର ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ବଦଳି ପାଇଁ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି । ଦୀର୍ଘ ବର୍ଷ ଧରି ଅଣକଂଗ୍ରେସ ରାଜନୀତିର ଗଡ଼ ଭାବେ ଖ୍ୟାତି ଲାଭ କରିଥିବା ଏହି ପଂଚାୟତ ବହୁ ପ୍ରଭାବଶାଳୀ ନେତୃତ୍ୱ ସୃଷ୍ଟି କରି ପାରିଛି । ଶ୍ରୀରାମପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ […]
କେନ୍ଦ୍ରାପଡ଼ା, ୨ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଗ୍ରାମପଞ୍ଚାୟତର ତଳପାଟଣା ଗ୍ରାମର ପ୍ରାୟ ୨ଶହ ଘର ଟିପିସିଓଡିଏଲ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଲୋ ଭୋଲଟେଜ ଏବଂ ଅଘୋଷିତ ବିଦ୍ୟୁତ […]
କେନ୍ଦ୍ରାପଡ଼ା, ୨ା୫: ମଇ ପହିଲା ହେଉଛି ବିଶ୍ୱ ଶ୍ରମଜୀବୀ ଜନତାର ଅଧିକାର ଓ ମହୋତ୍ସବର ଦିବସ । ଏହି ଦିନଟି ଶ୍ରମିକ ଶ୍ରେଣୀକୁ ନିଜର ଅଧିକାର ଓ ବିଶ୍ୱବ୍ୟାପୀ ଜୟଯାତ୍ରା ପଥରେ ଥିବା ଗୌରବମୟ ଇତିହାସ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ । ବିଶେଷକରି ନୂତନ ଶ୍ରମକୋଡ ପ୍ରଚଳନ ପରେ ଦୀର୍ଘ ଲଢେଇ ଫଳରେ ଭାରତବର୍ଷର ଶ୍ରମିକମାନେ ହାସଲ କରିଥିବା ଯତକିଞ୍ଚି ଅଧିକାରକୁ କେନ୍ଦ୍ର ସରକାର ମାଲିକ ଶ୍ରେଣୀ ହାତରେ […]










