ଶ୍ରୀରାମପୁର ବିଜେଡି ବିଜୟ ସଂକଳ୍ପ ସମାବେଶ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି । ଦୀର୍ଘ ବର୍ଷ ଧରି ଅଣକଂଗ୍ରେସ ରାଜନୀତିର ଗଡ଼ ଭାବେ ଖ୍ୟାତି ଲାଭ କରିଥିବା ଏହି ପଂଚାୟତ ବହୁ ପ୍ରଭାବଶାଳୀ ନେତୃତ୍ୱ ସୃଷ୍ଟି କରି ପାରିଛି । ଶ୍ରୀରାମପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ ନାୟକଙ୍କ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ ବିକାଶଧାରା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅଣକଂଗ୍ରେସ ରାଜନୀତିର ଗଡ଼ ଶ୍ରୀରାମପୁର ଅତୀତରେ ଜନତାଦଳ ଓ ବିଜୁ ଜନତାଦଳ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ଦେଇ ବିଜୟର ଶ୍ରେୟ ନେଇଆସିଛି । ବିଭିନ୍ନ ବର୍ଗର କଲ୍ୟାଣ ଓ ଆଞ୍ଚଳିକ ବିକାଶ ବିଜେଡିର ଏକମାତ୍ର ପରିଚୟ ହୋଇଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନରେ ଡବଲ ଶଙ୍ଖରେ ଭୋଟ ଦେଇ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ନିବେଦନ କରିଥିଲେ । ୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପଂଚାୟତ ବିଜେଡି ସଭାପତି କ୍ଷୀରୋଦ ସାମନ୍ତରାୟ, ସରପଞ୍ଚ ସସ୍ମିତା ସେଠୀ,ବରିଷ୍ଠ ନେତା ନିମାଇ କର, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାସ, ବରିଷ୍ଠ ନେତା ପଞ୍ଚାନନ ଧଳ, ସରପଞ୍ଚ ପ୍ରତିନିଧି ପ୍ରତାପ ସେଠୀ,ଯୁବନେତା ବିରଞ୍ଚି ଦାଶ ଶିକ୍ଷାବିତ ବିଭୁତିଭୂଷଣ ପଣ୍ଡା, ନାୟବ ସରପଞ୍ଚ ଦିଲ୍ଲୀପ ସାମନ୍ତରାୟ, ବରିଷ୍ଠ ନେତା ଘନଶ୍ୟାମ ବିଶ୍ୱାଳ, ଉତ୍ସବ ମଲିକ ନଟବର ସେଠୀ, ପ୍ରସନ୍ନ ରାଉତ, ପ୍ରେମାନନ୍ଦ ସେଠୀ, ରମେଶ ନାୟକ, ପ୍ରକାଶ କୁଣ୍ଡ, ଅଭିରାମ ଭୂୟାଁ, ସୁବାଷ ରାଉତ, ପର୍ଶୁରାମ ସାହୁ ସୁଧୀର ସେଠୀ, କାଳନ୍ଦୀ ପଣ୍ଡା ସୁଦର୍ଶନ ପରିଡା ଓ ସୁବାଷ ମହାନ୍ତି ପ୍ରମୁଖ ଭାଷଣ ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଶେଷରେ କ୍ଷୀରୋଦ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।ଏଥିରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ବିଜେଡିରେ ସାମିଲ କରାଯାଇଥିଲା ।


Next Post

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

Fri May 3 , 2024
ନିର୍ବାଚନର ସରଗରମ ମାହୋଲରେ ରାଜ୍ୟରେ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଜାତୀୟ ନିର୍ବାଚନ କମିଶନ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଭାରତ ନିର୍ବାଚନ ଆୟୋଗ ଗୁରୁବାର ଦିନ ରାଜ୍ୟର ପ୍ରଭାବ ଶାଳୀ ଆଇଏଏସ ଅଫିସର ତଥା ମିଶନ ଶକ୍ତିର ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ବଦଳି ପାଇଁ […]

You May Like