କେନ୍ଦ୍ରାପଡା କଲେଜ ଛାତ୍ରଛାତ୍ରୀଙ୍କ ଧାରଣା , ୩ ଶହ ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ



କେନ୍ଦ୍ରାପଡ଼ା, ୩ା୫: କେନ୍ଦ୍ରାପଡା କଲେଜରେ ସ୍ନାତକୋତର (ପିଜି) ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ପ୍ରତିବାଦରେ ଛାତ୍ର ଅଶାନ୍ତି ତେଜିଛି । ଶତାଧିକ ପିଜି ଛାତ୍ର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ପ୍ରକାଶ ଯେ, କେନ୍ଦ୍ରାପଡା କଲେଜରେ ମୋଟ ୧୫ଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ ଜରିଆରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଇଛି । ପୂର୍ବରୁ କଲେଜରେ କେବଳ ସମାଜ ବିଜ୍ଞାନ ବିଭାଗରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଉଥିଲା । ପରବର୍ତ୍ତୀ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମୋଟ ୧୪ଟି ବିଷୟରେ ପାଠ୍ୟକ୍ରମ ଖୋଲିବାକୁ ଅଣୂଢ଼ଥୀ ମିଳିଥିଲା । ହେଲେ ସାମଜ ବିଜ୍ଞାନକୁ ଛାଡିଦେଲା ପରେ ୧୪ଟି ବିଷୟ ପାଇଁ ଅଦ୍ୟାବଧି ଉତ୍କଳ ବିଶ୍ୱବିଦ୍ୟାଳୟ ସହବନ୍ଧିତା (ଆଫିଲିଏସନ୍‌) ହୋଇପାରିନାହିଁ । ଯେତେବେଳେକି ଏଠାରେ ଦୁଇବର୍ଷ ହେଲା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପିଜି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ୩ଟି ସେମିଷ୍ଟାର ଓ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଗୋଟିଏ ସେମିଷ୍ଟାର ପରୀକ୍ଷା ଦେଇ ସାରିଥିବା ବେଳେ ଅଦ୍ୟଅବଧି ସେମାନଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇପାରିନାହିଁ । ପୁଣି ବାରମ୍ବାର ଦାବି କରିବାପରେ ବହୁ ବିଳମ୍ବରେ ବିଶ୍ୱବିଦ୍ୟାଳୟ ତରଫରୁ ରେଜଷ୍ଟ୍ରେସନ୍ ନମ୍ବର ଜାରି କରାଯାଇଥିଲା । ହେଲେ ସେଥିରେ ଅନେକ ତୃଟି ବାହାରିଛି । କେଉଁଠି ଦୁଇ ଚାତ୍ରଛାତ୍ରୀଙ୍କୁ ଗୋଟିଏ ରେଜଷ୍ଟ୍ରେସନ୍ ନମ୍ବର ତ ପୁଣି କେଉଁଠାରେ ଚାତ୍ରଛାତ୍ରୀଙ୍କ ନହେଲେ ଅଭିଭାବକ ନାରେ ବନାନ୍ ଗତ ତୃଟି ନଜର ଆସିଛି । ପରୀକ୍ଷା ବେଳେ ପିଜି ଉତ୍ତର ଖାତା ବଦଳରେ ଯୁକ୍ତ ୩ ଲେଖାଥିବା ଉତ୍ତର ଖାତା ମିଳୁଛି । ପଚାରିଲେ ଯୁକ୍ତ ୩ କାଟିୁ ତା’ ସ୍ଥାନରେ ପିଜି ଲେଖିବାକୁ କୁହାଯାଉଛି । ବିଭିନ୍ନ ବାବଦକୁ ଫି କରିବା ପରେ ଯେଉଁ ରସିଦ ପ୍ରଦାନ କରାଯାଉଛି ସେଥିରେ ଯୁକ୍ତ ୩ ଲେଖାଯାଇଛି । ଯାହାକୁ କାଟି ପରେ ସ୍ନାତକୋତର ଲେଖାଯାଇଛି । ସେହି ପରି କମର୍ସ ବିଭାଗ ଛାତ୍ରଛାତ୍ରୀଙ୍କ ଅଇଡ କାର୍ଡରେ ମଧ୍ୟ ତୃଟି ଥିବା ଦେଖା ଯାଇଛି । ଯେଉଁଠି ମାଷ୍ଟର ।ନ୍ କମର୍ସ ବଦଳରେ ଏମ୍‌ଏ ଇନ୍ କମର୍ସ ଲେଖାଯାଇଛି । ପୁଣି ଛାତ୍ରଛାତ୍ରୀଙ୍କ କହିବା କଥଅ, ତାଙ୍କ ଅଜାଣତରେ ଇନˆମ୍ ଟ୍ୟାକ୍ସ ବିଷୟ ଅନର୍ସ ରହିଛି; ଯାହା ଅନ୍ୟତ୍ର କେଉଁଠାରେ ନାହିଁ । ତେଣୁ ଇନ କମ୍ ଅନର୍ସକୁ ବାଦ୍ ଦିଆଯାଉ । ଏକାଡେମିକ୍ କାଉନସିଲ୍‌, ବୋର୍ଡ ଅଫ୍ ସ୍ଟଡିଜ୍‌, ଫାଇନାନ୍ସ୍ ବିଭାଗ ମଧ୍ୟ ନାହିଁ । ଲାଇବ୍ରେରୀ କାର୍ଡ, ପାଠାଗାର ସୁବିଧା, ୱାସ୍‌ରୁମ, ଷ୍ଟଡିଟୁର୍ ବ୍ୟବସ୍ତା ନାହିଁ । ସେମାନେ କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବସିପରିବେ ନାହିଁ । ଓ ପ୍ରମାଣ ପତ୍ରଠିକ୍ ଭାବରେ ମିଳିବ କି ନାହିଁ । ସେମାନେ ଦ୍ୱନ୍ଦରେ ପଡିଯାଇଛନ୍ତି । ବବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏହି ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । କଲେଜରେ ପିଜି ସେଲ୍ ଅଧ୍ୟକ୍ଷ ବିସ୍ୱରଞ୍ଜନ ପୁହାଣକୁ ପଚାରିବାରୁ କହିଛନ୍ତି । ଛାତ୍ରଛାତ୍ରୀଙ୍କ ସମସ୍ୟା ବାବଦରେ ଅବଗତ ଅଛୁ । ଆମକୁ ଅଣଆନୁଷ୍ଠାନିକ ଭାବେ ମୌଖିକ ଆଫିଲିଏସନ୍ ମିଳିଛି । ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କଟକଣା ହଟିବା ପରେ ପୂର୍ଣ୍ଣଆଫିଲିଏସନ୍ ମିଳିଯିବା ଏମ୍‌କମ – ଇନ୍‌କମ ଟ୍ୟାକ୍ସ୍ ବଦଳରେ କେବଳ ଏମ୍‌କମ ବିଷୟ ରଖିବା ପାଇଁ ଗତକାଲି ଏକ ପାଞ୍ଚଜଣିଆ କମିଟି ଗଢାଯାଇଛି । ଉକ୍ତ କମିଟି କଲେଜ ଅଧ୍ୟକ୍ଷକ ନିର୍ଦ୍ଦେଶ କ୍ରମେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ଛାତ୍ରଛାତ୍ରୀଙ୍କ ଅନ୍ୟ ଯାହାବି ଅଭିଯୋଗ ରହିଛି ଖୁବ୍ ଶୀଘ୍ର ସମାଦାନ କରାଯିବ ବୋଲି କହିଛନ୍ତି ।


Next Post

କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ-କଂଗ୍ରେସ

Fri May 3 , 2024
କେନ୍ଦ୍ରାପଡା ୩/୫ – ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାଶ ଅତିଥି ପରିଚୟ ପ୍ରଦାନ କରବା ପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ତଥା ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀ […]

You May Like