କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି : ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଲେ ଦିନରେ ସ୍ବପ୍ନ ଦେଖୁଛି ଭାଜପା


ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଭାଜପା ଓଡ଼ିଶାରେ ସରକାର ଗଠନ କଲେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ମୁଖ୍ୟମନ୍ତ୍ରୀ ହେବ । ଅର୍ଥାତ ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ, କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନାହିଁ। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ ବୋଲି ପ୍ରକାଶ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ, ବିଧାନସଭାରେ ଭାଜପାକୁ ବମ୍ପର ବିଜୟ ମିଳିବ। ଭାଜପାର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ବ ମିଳିବ। ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ”୪ ଜୁନ୍‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌, ୧୦ ଜୁନ୍‌ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ। ତେଣୁ ଏଥିପାଇଁ ସେ ଭାଜପା ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଇଛନ୍ତି।

ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା ଭାଜପା ଦିନରେ ସ୍ବପ୍ନ ଦେଖୁଛି” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ଏହାପୂର୍ବରୁ ସୋମବାର ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆଗାମିନୀରବଚନ ପରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ଏବଂ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ।ଏହାପରେ ଭବାନୀପାଟଣାରେ ଏକ ସଭାକୁ ସମ୍ବୋଧନ କରି ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ବହୁତ ଦିନ ହେଲା ଭାଜପା ଦିନରେ ସ୍ବପ୍ନ ଦେଖୁଛି।


Discover more from

Subscribe now to keep reading and get access to the full archive.

Continue reading