
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ । ଏହା ମୁଖ୍ୟତଃ ଏକ କୃଷିଭିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ଦିବସର ଗୁରୁତ୍ୱକୁ ଉପଲବଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଜଞାଙ୍ଗ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ଅରୋବିନ୍ଦ ଦାସ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ଚାନ୍ଦ ଅତିଥି ଭାବେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ଉଭୟ ଅଧିକାରୀ ବିଲରେ ଅଖିମୁଠି ବୁଣି ଚାଷକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ଚାଷ ଭଲରେ ହେଉ ଏବଂ କୃଷି ଓ କୃଷକମାନଙ୍କର ଶୁଭକାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଜିଲାର ଗୋଟିଏ ସ୍ଥାନରେ କୃଷକ ଦିବସ ଅଖିମୁଠି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଦେବଦାସ ଦତ, ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ସହକାରୀ କୃଷି ଅଧିକାରୀ ଶରତ ନାୟକ, ନିରଞ୍ଜନ ରାଉତ, ଡିଏଫଓ ଶଶାଙ୍କ ଶେଖର ସାହୁ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ(ଆଗ୍ରୋନୋମି) ଡ. ତାପସ ରଞ୍ଜନ ସାହୁ, ବୈଜ୍ଞାନିକ(ଉଦ୍ୟାନକୃଷି) ଡ. ପ୍ରଭଞ୍ଜନ ମିଶ୍ର, ବୈଜ୍ଞାନିକ(ପ୍ଲାଣ୍ଟ ପ୍ରୋଟେକସନ) ଡ. ଗାୟତ୍ରୀ ସାହୁ, ବୈଜ୍ଞାନିକ(ମତ୍ସ୍ୟ) ମାନସ ରଞ୍ଜନ ବେହେରା, ବୈଜ୍ଞାନିକ(ଗୃହ ବିଜ୍ଞାନ) ନମିତା ମହାପାତ୍ର, ଝୋଟ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ସାରିକା ଜେନା ଓ ବୈଜ୍ଞାନିକ ଡ. ପୂଜା କହଁର ପ୍ରମୁଖ ଉପସ୍ଥିତ ଥିଲେ ।











