ସର୍ବଭାରତୀୟ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଛାତ୍ର ଓଡିଶା ଟପ୍ପର


ଚଳିତ ବର୍ଷ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଭାରତୀୟ ବନସେବା (ଆଇ.ଏଫ୍‌.ଏସ୍‌)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସର୍ବ ଭାରତୀୟ ସେବା ପାଇଁ ପଟ୍ଟାମୁଣ୍ଡାଇ ମାଟିର ପୁଅ ଅର୍ଣ୍ଣବ ସାମନ୍ତରାୟ ସର୍ବ ଭାରତୀୟ ସ୍ତରରେ ୪୦ତମ ସ୍ଥାନ ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ତଥା ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି । ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଅର୍ଣ୍ଣବ ସିବିଏସସି ଦ୍ୱାରା ଆୟୋଜିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୯୭% ରୁ ଉର୍ଦ୍ଧ ନମ୍ବର ରଖି ଉତିର୍ଣ୍ଣ ହେବା ସହ ଆ.ଆ.ଟି ଖଡାଗପୁରରୁ ବିଟେକ୍ ଓ ଏମଟେକ ଡିଗ୍ରୀ ହାସଲ କରିଛନ୍ତି । ସେ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ନିବାସୀ ନିରୋଦ ସାମନ୍ତରାୟ ଓ ବିଦ୍ୟୁତପ୍ରଭା ସାମନ୍ତରାୟଙ୍କ ପୁତ୍ର ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ସ୍ୱର୍ଗତ ଉମାନାଥ ସାମନ୍ତରାୟଙ୍କ ନାତି ଅଟନ୍ତି । ସେ ତାଙ୍କର ଏହି ସଫଳତା ପାଇଁ ମା ସିଦ୍ଧ ରାମଚଣ୍ଡୀଙ୍କ ଆଶୀର୍ବାଦ ସହିତ ଜେଜେମା ତାରାମଣୀ ସାମନ୍ତରାୟ, ବଡବାପା କ୍ଷୀରୋଦ ସାମନ୍ତରାୟ, କକା ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ସମେତ ସମସ୍ତ ଗୁରୁଜନଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ବିରଳ ସଫଳତା ପାଇଁ ଅର୍ଣ୍ଣବଙ୍କୁ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଅଭିନନ୍ଦନ ଜଣାଇଥିବାବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।


Next Post

ଚକ୍ରୋଡା ଗ୍ରାମପଞ୍ଚାୟତରେ ବିଜେଡିର ବନ୍ଧୁମିଳନ

Sun May 12 , 2024
କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ଠାରେ ବିଜୁଜନତାଦଳର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଯୋଗଦେଇ ଦଳର ସମସ୍ତ କର୍ମୀମାନେ ଏକମନ ଓ ଏକପ୍ରାଣ ହୋଇ ଆସନ୍ତା ୨୦୨୪ […]

You May Like