ଚକ୍ରୋଡା ଗ୍ରାମପଞ୍ଚାୟତରେ ବିଜେଡିର ବନ୍ଧୁମିଳନ


କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ଠାରେ ବିଜୁଜନତାଦଳର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଯୋଗଦେଇ ଦଳର ସମସ୍ତ କର୍ମୀମାନେ ଏକମନ ଓ ଏକପ୍ରାଣ ହୋଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୁନ ୧ତାରିଖରେ ଜୋଡିଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ଦେଇ ନବୀନବାବୁଙ୍କ ହାତମୁଠାକୁ ଟାଣ କରିବା ସଙ୍ଗେ ସଙ୍ଗେ ଷଷ୍ଠଥର ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ରାଜ୍ୟର ବିକାଶ ଜାରି ରଖିବାକୁ ହେଲେ କେବଳ ନବୀନବାବୁ ହିଁ ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ ବୋଲି ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଏହି ବୈଠକରେ ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପଞ୍ଚାୟତ ବିଜେଡି ସଭାପତି ଗୈାରାଙ୍ଗ ଚରଣ ଲେଙ୍କା, ଚକ୍ରୋଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ଉତ୍ତମ ମଲିକ, ବିଜେଡିର ବରିଷ୍ଠ ନେତା ରାମଚନ୍ଦ୍ର ରାଉତ, ପ୍ରଫୁଲ୍ଲ ଚରଣ ଦାସ, କାର୍ତ୍ତିକ ଚନ୍ଦ୍ର ଦାଶ, ଜଗବନ୍ଧୁ ନାୟକ, ମନୋଜ କୁମାର ନାୟକ, ବାପିନା ମଲିକ, ନଟବର ଦାସ, କାହ୍ନୁ ଚରଣ ମହାରଣା, ବୁବୁନା ଜେନା, ଅଭିମନ୍ୟୁ ବେହୁରା, ସୈାମେନ୍ଦ୍ର ମଲ୍ଲ, ଦିଲ୍ଲିପ କୁମାର ମହାନ୍ତି, ଅନନ୍ତ ଚରଣ ଜେନା, ବିଜୟ କୁମାର ମହାନ୍ତି, କାଙ୍ଗାଳି ଚରଣ ମଲିକ, ମନୋଜ କୁମାର ବେହେରା, ନବଘନ ରାଉତ, ଦୋଳଗୋବିନ୍ଦ ରାଉଳ, ମଙ୍ଗୁ ରାଉଳ, ସେକ ଆୟୁବ, ମୁସିଦା ବିବି, ଅଖିଳ ଚରଣ ସାହୁ, ପୁରୁଷୋତ୍ତମ ସାହୁ, ଅଲେଖ ଚନ୍ଦ୍ର ବେହୁରା,ପ୍ରବୀର କୁମାର ମହାନ୍ତି ପ୍ରମୁଖ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ନବୀନବାବୁଙ୍କ ବିକାଶ ପଥରେ ସାମିଲ ହେବାକୁ ଶପଥ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading