ଗାଙ୍ଗପଡାରେ ଶତାଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ


 

କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଯୁବ ବିଜେଡି ସଭାପତି ଅସିତବନ୍ଧୁ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୁଜନତାଦଳର ଏହି ମିଶ୍ରଣପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଓଡିଶା ମୋ ପରିବାର ସଂଯୋଜକ ହିରଣ୍ୟ କୁମାର ପଣ୍ଡା ଏବଂ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ ପ୍ରମୁଖଙ୍କ ଉପସ୍ଥିତିରେ ଗାଙ୍ଗପଡା ପଞ୍ଚାୟତର ୬,୭,୧୩ ଓ ୧୫ ନମ୍ବର ୱାର୍ଡର ଶତାଧିକ ବିଜେପିକର୍ମୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜୁଜନତାଦଳରେ ଯୋଗଦେଇଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ସେମାନଙ୍କୁ ଦଳିୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ପଞ୍ଚାୟତ ଯୁବ ବିଜେଡି ସଭାପତି ଶ୍ରୀ ଧଳ ଏହି ଅବସରରେ ସେମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସ୍ରୋତରେ ସାମିଲ ହୋଇ ଆଗାମୀ ଜୁନ ୧ତାରିଖରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୋଡିଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ ।


Next Post

ବିଳମ୍ବିତ ରାତିରେ ବଜ୍ରପାତ, ଜଳିଗଲା ଘର ଗୁହାଳ

Sun May 12 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଦିହିଡୁପୁର ପଂଚାୟତ ଅଧୀନ ଖଦାଳସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋବିନ୍ଦ ମଲିକଙ୍କ ଚାଳଛପର ଘର ଓ ଗୁହାଳଘର ସଂପୂର୍ଣ୍ଣ ଭସ୍ମୀଭୂତ ହେବା ସହିତ ୫ ଟି ଗାଈଗୋରୁ ନାରାୟଣ ହୋଇ ଯାଇଛନ୍ତି । ଗାଈଗୁଡିଙ୍କୁ ବଂଚାଇବାକୁ ଯାଇ ଗୋବିନ୍ଦ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ […]

KANIKA

Subscribe