କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ୨୦୪ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମର୍ୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ମେଡ଼ିକାଲର ଶିଶୁ ବିଭାଗ ଏଚ୍ଓଡି ଡଃ. କେିଶାର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନର୍ସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃନିର୍ହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ ପ୍ରତି ସେବା ଓ ସହାନୁଭୂତି ମନୋଭାବ ପୋଷଣ କଲେ ଭବିଷ୍ୟତରେ ଜଣେ ସୁଦକ୍ଷା ସେବିକା ହୋଇପାରିବ । କେନ୍ଦ୍ରାପଡ଼ା ମେଡ଼ିକାଲର ବରିଷ୍ଠ ନର୍ସିଂ ଅଫିସର ସୁପ୍ରଭା ପଟ୍ଟନାୟକ ଯୋଗଦେଇ ସେବିକାମାନଙ୍କୁ କହିଥିଲେ ଯେ ନିଜର କାର୍ଯ୍ୟଶୌଳୀକୁ ଉନ୍ନତ କରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇପାରିଲେ ସେମାନଙ୍କର ସେବିକା ହେବାର ସାଥର୍କତା ପୂରଣ ହୋଇପାରିବ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗେଦଇ ନିଷ୍ଠା, ପ୍ରଚେଷ୍ଟା, ଅଦମ୍ୟ ଇଚ୍ଛାଶକ୍ତି ମଣିଷକୁ ସଫଳତା ଦିଏ । ତେଣୁ ପିଲାମାନେ ନିଜର ବିଫଳତାକୁ ନ ଚାହିଁ ସଫଳତା ପାଇଁ ସଦାସବର୍ଦା ଚେଷ୍ଟାରେ ବ୍ରତୀ ରହିବା ଦରକାର । ଅନୁଷ୍ଠାନର ନିଦ୍ଦେର୍ଶକ ସୁଖଦା ପ୍ରସାଦ ତ୍ରିପାଠୀ ଯୋଗଦେଇ ସେବିକାମାନଙ୍କୁ ନର୍ସିଂ ଶିକ୍ଷା ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ମା’ ଓ ସେବିକା ପରିପୂରକ ବୋଲି କହିଥିଲେ । ପ୍ରଥମ ବଷର୍ର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଏବଂ କ୍ୟାପିଙ୍ଗ୍ ସେରିମନୀ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଶିକ୍ଷିକା ଚନ୍ଦ୍ରିକା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭା ସଂଚାଳନ କରିଥିଲେ ଅଧ୍ୟକ୍ଷା ଜ୍ୟୋତିମର୍ୟୀ ପଟ୍ଟନାୟକ । ଶେଷରେ ଧନ୍ୟବାଦ ଅପର୍ଣ କରିଥିଲେ ଶ୍ରୀକାନ୍ତ ବିଶ୍ୱାଳ । ବିଜୟ କୁମାର ସାହୁ, ତପନ କୁମାର ମହାନ୍ତି, ଦେବାଶିଷ ଦାସ, ସୋମନାଥ ବେହେରା, ଶୁଭ୍ର ସନ୍ତୋଷ ଦାସ, ରଶ୍ମିତା ମହାନ୍ତି ପ୍ରମୁଖ ଏହି ସଭାରେ ସହଯୋଗ କରିଥିଲେ । ଏହି ଅବସରରେ ସେବିକା ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସକାଳ ୭ ଘଟିକା ସମୟରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠାନ ପରିସରରୁ ଆରମ୍ଭ ହୋଇ କେନ୍ଦ୍ରାପଡ଼ା ପୁରୁଣା ମେଡ଼ିକାଲ ପର୍ଯ୍ୟନ୍ତ ଯାଇ ସେଠାରୁ ଅନୁଷ୍ଠାନକୁ ଫେରିଥିଲେ । ଏହି ରାଲିକୁ ଉଦ୍ଘାଟନ କରିଥିଲେ ଅନୁଷ୍ଠାନର ନିଦ୍ଦେର୍ଶକ ସୁଖଦା ପ୍ରସାଦ ତ୍ରିପାଠୀ । ଏହି ଶୋଭାଯାତ୍ରାକୁ ପ୍ରଶିକ୍ଷିକା କୁମୁଦିନୀ ଲେଙ୍କା, ଅଙ୍କିତା ମହାପାତ୍ର, ସସ୍ମିତା ପୋଥାଳ,ଅନୁସୂୟା ସ୍ୱାଇଁ, ଚନ୍ଦ୍ରିକା ତ୍ରିପାଠୀ, ଶୁଭଶ୍ରୀ ମହନ୍ତ, ଅନୁଷ୍କା ସ୍ୱାଇଁ, ଚିନ୍ମୟୀ ବରାଳ ପ୍ରମୁଖ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଏହି ନର୍ସିଂ ସପ୍ତାହ ମଇ ୧୨ ତାରିଖରୁ ଆରମ୍ଭ ହୋଇ ମଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଇନ୍ଷ୍ଟିଚ୍ୟୁସନ ପକ୍ଷରୁ ସୂଚନା ଦିଆଯାଇଛି ।
kanikanews.in
Next Post
କଂସାର ପଞ୍ଚାୟତରେ ମତଦାତା ସଚେତନତା ଶୋଭାଯାତ୍ରା
Sun May 12 , 2024
କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କଂସାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ସଚେତନତା ପ୍ରଚାରପତ୍ର ବଣ୍ଟନ କରିବା ସହ ମାଇକ ଯୋଗେ ପ୍ରଚାର କରିଥିଲେ । ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । […]

You May Like
- 8 months ago
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ
- 1 year ago
ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞଳି ସଭା