ଗୁଲନଗର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ



କେନ୍ଦ୍ରାପଡ଼ା, ୧୩ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଗୁଲନଗର ପଞ୍ଚାୟତ ବିଜେଡି ସଭାପତି ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ସରପଞ୍ଚ ଲୋପାମୁଦ୍ରା ବାରିକଙ୍କ ଉପସ୍ଥିତରେ ଗୁଲନଗର ପଞ୍ଚାତୟର ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ବରିଷ୍ଟ ସଦସ୍ୟ ପିତବାସ ବେହେରା,ପୂର୍ବତନ କଂଗ୍ରେସ ସଦସ୍ୟ ଗୌରୀ ସେଠୀ, ଜିଲ୍ଲା କଂଗ୍ରେସର ପୂର୍ବତନ ସମ୍ପାଦକ ଗୋଲଖ ସେଠୀ, ରବିନ୍ଦ୍ର ସାହୁ, ବିଶ୍ୱନାଥ ସାହୁ, ମଧୁସୁଦନ ବେହେରା, ଗୌରାଙ୍ଗ ସେଠୀ, ନିରଞ୍ଜନ ସାହୁ, ହରିହର ରଥ, ହରେକୃଷ୍ଣ ନାୟକ ପ୍ରମୁଖ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜୁଜନତାଦଳରେ ଯୋଗଦେଇଛନ୍ତି । ସଭାପତି ଶ୍ରୀ ଦାସ ସେମାନଙ୍କୁ ଦଳିୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ପଞ୍ଚାୟତ ଯୁବ ବିଜେଡି ସଦସ୍ୟ ତଥା ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ପୃଷ୍ଟି ଏହି ଅବସରରେ ସେମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସ୍ରୋତରେ ସାମିଲ ହୋଇ ଆଗାମୀ ଜୁନ ୧ତାରିଖରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୋଡିଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାଇବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading