ଷ୍ଟେଟବ୍ୟାଙ୍କର ନୂଆ ମୁଖ୍ୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା ୨୧/୫-ଭାରତୀୟ ଷ୍ଟେଟବ୍ୟାଙ୍କ, କେନ୍ଦ୍ରାପଡା ମୁଖ୍ୟ ଶାଖାରେ ନୂତନଭାବେ ଯୋଗଦେଇଥିବା ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟଙ୍କୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଅଛି । ସଂଘ ତରଫରୁ ସଭାପତି ପୀତାମ୍ବର ଦାସ, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ନାଗରିକ ତଥା ପେନସନଧାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ରାଉତରାୟ ପ୍ରତିଶ୍ରୁତି ଦେଇଥିଲେ ।


Next Post

କେନ୍ଦ୍ରାପଡା ଲୋକସଭା କଂଗ୍ରେସ ପ୍ରଚାର କମିଟି ଗଠନ

Tue May 21 , 2024
କେନ୍ଦ୍ରାପଡା ୨୧/୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନର ପ୍ରଚାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବା ନେଇ ଓଡିଶା ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ସେକ ଜାହିର ମହମ୍ମଦ ନାମ ତାଲିକା ଘୋଷଣା କରିଛନ୍ତି । ଉକ୍ତ କମିଟିରେ ଉଦୟଭାନୁ ପଢିହାରୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଆବାହକ ଭାବେ ସତ୍ୟପ୍ରିୟ […]

KANIKA