ପାଟକୁରାରେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ଓ ବିଧାୟକ ପ୍ରାର୍ଥୀ ଅରବିନ୍ଦଙ୍କ ରୋଡସୋ



କେନ୍ଦ୍ରାପଡ଼ା, ୨୨ା୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ସେମାନଙ୍କ ନିର୍ବାଚନ ପ୍ରଚାରକୁ ଶାଣିତ କରିଛନ୍ତି । ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବିଜେଡି କର୍ମୀଙ୍କ ସହିତ ଉଭୟପ୍ରାର୍ଥୀ ଗୋଟିଏ ବୁଲେଟ୍‌ରେ ମାର୍ଶାଘାଇ ବ୍ଲକ ଅଧିନ ବଛରେଇ, ବନ୍ଧକଟା, ମେହେନ୍ଦିନଗର, ଜମପଡା, କରିଲୋପାଟଣା ପ୍ରଭୃତି ଗ୍ରାମ ପଞ୍ଚାୟତକୁ ଯାଇ ନବୀନ ପଟ୍ଟନାୟକ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଭୋଟରମାନଙ୍କୁ ବୁଝାଇ ଥିଲେ । ମାଟିର ପୁଅ ଅଂଶୁମାନ ଏବଂ ଯୁବନେତା ଅରବିନ୍ଦଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ବିଭିନ୍ନ ଗ୍ରାମରେ ଦୁଇପ୍ରାର୍ଥୀଙ୍କୁ ଗ୍ରାମବାସୀମାନେ ଉତ୍ସାହର ସହିତ ସ୍ୱାଗତ କରିବା ଦେଖାଯାଇଥିଲା । ସନ୍ଧ୍ୟା ୭ଟାରେ କରିଲୋପାଟଣା କ୍ଷେତ୍ରପାଳ ମନ୍ଦିର ପରିସରରେ ଅନୁଷ୍ଠିତ ଏକ କର୍ମୀ ସମାବେଶରେ ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ର ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଜିଲ୍ଲା ପ୍ରତି ଭଲ ପାଇବା ଏବଂ ସବୁ ବର୍ଗର ଲୋକଙ୍କୁ ବିକାଶମୂଳକ ଯୋଜନା ମାଧ୍ୟମରେ ସହଯୋଗ କରିବା ଦେଶରେ ଅବିସ୍ମରଣୀୟ ବୋଲି କହିଥିଲେ । ଆଗାମୀ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ଶପଥ ନେଇ ସରକାର ଗଠନ କରି ଦେଶରେ ରେକର୍ଡ ସୃଷ୍ଟି କରିବେ । ପାଟକୁରାର ବିକାଶକୁ ଆଗକୁ ନେବାପାଇଁ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଭାବେ ଅରବିନ୍ଦ ମହାପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ନିବେଦନ କରିଥିଲେ ।

ଏହି ସମାବେଶରେ ଦୀପକ ରାଉତରାୟ, ଅନ୍ନଦା ପ୍ରସାଦ ତ୍ରିପାଠୀ, ମହିଳା ସଂଘ ସଭାପତି ଜୟନ୍ତୀ ରାଉତରାୟ, ସରପଞ୍ଚ ନମିତାବାଳା ରଥ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ଶୋଭାଯାତ୍ରା ତଥା କର୍ମୀ ସମାବେଶରେ ଜିଲ୍ଲା ପରିଷଦ ସଭ୍ୟ ସମ୍ପଦ ରଥ, ଦୀପକ ରାଉତରାୟ, ରଙ୍ଗାଧର ଦଳେଇ, ଅନ୍ନଦା ତ୍ରିପାଠୀ, ଧିରେନ ମଲ୍ଲ, ଅରକ୍ଷିତ ସାମନ୍ତରାୟ, ଶ୍ୟାମସୁନ୍ଦର ମିଶ୍ର, ସୁକାନ୍ତ ସାହୁ, ସମିତିସଭ୍ୟ ଜ୍ୟୋର୍ତିମୟୀ ପଟ୍ଟନାୟକ, ସରପଞ୍ଚ ନମିତାବାଳା ରଥ, ସରପଞ୍ଚ ମନୋଜ ପରିଡା, ଗଣେଶ ସାମଲ, ଉମାକାନ୍ତ ସାମନ୍ତରାୟ, ଅମୀୟ ପଟ୍ଟନାୟକ, ଅରୁଣ ପ୍ରଧାନ ପ୍ରମୁଖ ସାମିଲ ହୋଇଥିବା ବେଳେ ପ୍ରଶାନ୍ତ କୁମାର ସାମନ୍ତରାୟ, ସୁଖଦା ପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading