ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଚାର ଅଭିଯାନ ଜୋରଦାର ଚଳାଇଛି । ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରାଜନଗର ବିଜେଡି । ବିକାଶ ଅସ୍ତ୍ରରେ ବିରୋଧୀଙ୍କୁ ଧରାଶାୟୀ କରିବାକୁ ବିଜେଡି କଳବଳ କୌଶଳ ଲଗାଇ ଦେଇଛି । ଶୁକ୍ରବାର ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ବିଲିକଣା, ଦୋଷିଆ ଓ ଚନ୍ଦନନଗର ପଂଚାୟତରେ ବିଜେଡି ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ବିଶାଳ ରୋଡ଼ସୋ କରି ସମଗ୍ର ଅଂଚଳକୁ ପ୍ରକମ୍ପିତ କରିବା ସହିତ ଶଙ୍ଖମୟ କରି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ପଟ୍ଟାମୁଣ୍ଡାଇର ବିକାଶ ଶିଖର ଛୁଁଇ ଥିବାରୁ ବିଜେଡିକୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ବିଭିନ୍ନ ଗାଁ ଓ ସାହୀକୁ ଯାଇ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ବିଶାଳ ରୋଡ଼ସୋରେ ଧ୍ରୁବଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ,ଉପସଭାପତି ସୁରେଶ ପଣ୍ଡା ୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବିଲିକଣା ପଂଚାୟତ ବିଜେଡି ସଭାପତି ପ୍ରଦୀପ ପଣ୍ଡା,ସରପଂଚ ଲଷ୍ମୀପ୍ରିୟା ଷଢଙ୍ଗୀ, ପ, ଦୋଷିଆ ପଂଚାୟତ ସରପଂଚ ସ୍ମୃତିରେଖା ସ୍ୱାଇଁ ସମିତି ସଭ୍ୟ ଆରତୀ ସାହୁ, ଚନ୍ଦନନଗର ପଂଚାୟତ ସରପଂଚ ବନୋଜ ସେଠୀ, ସମିତି ସଭ୍ୟ ମାନସ ମଲିକ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା ଓ ଶହ ଶହ ବିଜେଡି କର୍ମୀ ବିଲିକଣା , ଦୋଷିଆ , ଚନ୍ଦନନଗର ପଂଚାୟତର ବିଭିନ୍ନ ଗାଁ ଓ ସାହୀ ବସ୍ତିକୁ ଯାଇ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପଟ୍ଟାମୁଣ୍ଡାଇ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।