କେନ୍ଦ୍ରାପଡା,୨୬ା୫: ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାର ବାଣିଜ୍ୟରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସେଖ୍ ଜିସାନ୍ ଅଲ୍ଲୀ ୫୪୭ ନମ୍ବର ରଖି ଶୀର୍ଷରେ ରହିଛନ୍ତି । ତାଙ୍କର ଏହି ସଫଳତା ଶ୍ରେୟ ସେ ତାଙ୍କ ବାପା ମା ଓ ଆଇ.ଏ.ପି କମର୍ସ ଏକାଡେମୀର ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ ଆଗକୁ ଜଣେ ସୁନାଗରିକ ସହିତ ଚାଟାର୍ଡ ଆକାଉଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ସନ୍ଧ୍ୟାରାଣୀ ମଲ୍ଲିକ ୫୪୪ ନମ୍ବର ରଖି କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସୌମ୍ୟରଞ୍ଜନ ସ୍ୱାଇଁ ୫୪୩ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ସବ୍ୟସାଚୀ ଜେନା ୫୪୨ ନମ୍ବର ରଖି ଚତୁର୍ଥ ସ୍ଥାନ ଅର୍ଜନ କରିଛନ୍ତି । ତାଙ୍କର ଏ ସଫଳତାର ଶ୍ରେୟ ତାଙ୍କର ବାପା ମା ଓ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି ।