କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୬୨.୨ ପ୍ରତିଶତ ମତଦାନ , ପାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ


କେନ୍ଦ୍ରାପଡ଼ା, ୧ା୬:ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେପି ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀଙ୍କ ମଧ୍ୟରେ ହେଉଥିବା ବେଳେ ଆଳିରେ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସହିତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡା. ଦେବସ୍ମୀତା ଶର୍ମାଙ୍କ ମଧ୍ୟରେ କଡ୍ଡା ଟକ୍କର ହେଉଛି । ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁଙ୍କ ସହିତ କେଉଁଠିରେ ବିଜେପି ପ୍ରାର୍ଥୀ ଲଳିତ ବେହେରା ଟକ୍କର ଦେଉଥିବା ବେଳେ କେତେକ ପଞ୍ଚାୟତରେ ଧ୍ରୁବଙ୍କ ସହିତ କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀଙ୍କ ସହିତ ପ୍ରତିଦ୍ୱନ୍ଦୀତା ହେଉଛି । ମୋଟାମୋଟି ଭାବେ ତ୍ରିମୂଖୀ ଲଢେଇ ହୋଇଛି ।

 

 ମହାକାଳପଡାରେ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ବିଜେପିର ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କର କଡ୍ଡା ଟକ୍କର ହେଉଥିବା ବେଳେ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜୟ ନନ୍ଦନ ଅରବିନ୍ଦ ମହାପାତ୍ରଙ୍କ ସହ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋ ଓ ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କର ତ୍ରିମୂଖୀ ପ୍ରତିଦ୍ୱନ୍ଦୀତା ହେଉଛି । ଆଜି ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଆଳି ବିଧାନସଭା କ୍ଷେତ୍ରରେ ୬୦.୧୪ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦ୍ରାପଡାରେ ୫୮.୬୦ ପ୍ରତିଶତ, ମହାକାଳପଡାରେ ୬୧ପ୍ରତିଶତ, ପାଟକୁରାରେ ୬୦.୧୪ ପ୍ରତିଶତ, ରାଜନଗରରେ ୫୯.୪୭ପ୍ରତିଶତ, ମାହାଙ୍ଗାରେ ୬୭.୬୦ ପ୍ରତିସତ ଓ ସାଲେପୁର ବିଧାନସଭା କ୍ଷେତ୍ରରେ ୬୬.୮୦ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆସନ୍ତା ୪ତାରିଖରେ ଇଭିଏମ ମେସିନରୁ ଭୋଟ ଗଣତି ପରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟର ଫଳାଫଳ ଜଣାପଡିବ ।


Next Post

ଗଳୁଗୁଳିକୁ ଭୁକ୍ଷେପ ନ କରି ଲୋକେ ଭୋଟ ଦାନରେ ସାମଲି,  ବିଳମ୍ବ ସତ୍ୱେ ଶାନ୍ତିଶୁଙ୍ଖଳରେ ମତଦାନ, ନିଳକଣ୍ଠପୁର ତୋଟା ସାହି ବୁଥରେ ଗଣ୍ଡଗୋଳ

Sat Jun 1 , 2024
  ପଟ୍ଟାମୁଣ୍ଡାଇ ୧/୬ କେନ୍ଦ୍ରାପଡା ଓ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଶନିବାର ଶେଷ ପ୍ରର୍ଯ୍ୟୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଜାରି ରହିଛି । ପ୍ରବଳ ଗଳୁଗୁଳୁକୁ ଭୁକ୍ଷେପ ନ କରି ଭୋଟର ଭୋଟ ଦାନରେ ସାମଲି ହୋଇଥିଲେ । ଉଭୟ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ଇଭିଏମ ଉପରେ ଅନିଭଜ୍ଞତା କାରଣରୁ କେତେକ ସ୍ଥାନରେ ବଳମ୍ବରେ ମତଦାନ ହୋଇଥିଲା ବୋଲି […]

KANIKA