ଭୁବନେଶ୍ୱର,- ଭାରତୀୟ ଜନତା ପାଟିର ଦଳ ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ସଫଳତା ପରେ ଦଳ ନୂଆ ସରକାର ଗଢୁଛି । ମାତ୍ର ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ବିଜେପି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେଥି ନେଇ ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ବିଜେପିର ନିର୍ବାଚନୀ ଇସ୍ତାହାରରେ ମୋଟ ୨୧ଟି ପ୍ରତିଶ୍ରୁତି ଦେଇଥିଲା । ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା, ସୁଭଦ୍ରା ଯୋଜନା ଲାଗୁ କରିବା । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ । ଏହି ଭାଉଚର ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ ।
ବିଜେପି ଦେଇଥିବା ୨୧ ପ୍ରତିଶ୍ରୁତି…
୧- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଙ୍କଳ୍ପ ପତ୍ରରେ ଉଲ୍ଲେଖ ଅଛି । ଏହାଦ୍ୱାରା ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ ।
୨- ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ।
୩- ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି
୪- ରାଜ୍ୟ ବାହାରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୫ – ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି । ଡିିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ।
୬- ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଭାଜପାର ପ୍ରତିଶ୍ରୁତି ।
୭- ଓଡିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ।
୮- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି । ୧୮ ମାସ ଭିତରେ ଚିଟଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ।
୯ – ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି ।
୧୦- ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି । ପ୍ରଥମ ୨ ବର୍ଷ ଭିତରେ ୬୫ ହଜାର ପୂରଣ କରିବାକୁ ଲକ୍ଷ୍ୟ ।
୧୧- କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା
୧୨- ପିଏମ ଆବାସ ଯୋଜନାରେ ୧୫ ଲକ୍ଷ ଘର ଗୃହହୀନଙ୍କୁ ଯୋଗାଇବାକୁ ସଙ୍କଳ୍ପ । ୪୦ ହଜାର ସର୍ବସାଧାରଣ ସ୍ଥାନରେ ଏବଂ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ।
୧୩- ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ । ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତିର ତାଲିକା ପ୍ରସ୍ତୁତ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ।
୧୪- ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି । ରାଜ୍ୟରେ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ।
୧୫- ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ।
୧୬- କ୍ଷମତାକୁ ଆସିବାର ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି । ବାର୍ଷିକ ୮ ଲକ୍ଷରୁ କମ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା ।
୧୭- ବିଦ୍ୟାଳୟରେ ଡ୍ରପ ଆଉଟ ରୋକିବାକୁ ଜନଜାତି ଛାତ୍ରୀଛାତ୍ରଙ୍କୁ ଶହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା ।
୧୮-ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କା ମାସିକ ପେନସନ ପ୍ରଦାନ କରିବାକୁ ପ୍ରତିଶ୍ରୁତି । ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ ଦେବାକୁ ପ୍ରତିଶ୍ରୁତି ।
୧୯- ମିଶନ ସ୍ୱାସ୍ଥ୍ୟ ଓଡିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬ ହଜାର ନୂତନ ଶଯ୍ୟାର ବ୍ୟବସ୍ଥା । ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୨୦- ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଲକ୍ଷ୍ୟ ।
୨୧- ଓଡିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ଭାଜପାର ଘୋଷଣା ।
Posted inଆସନ୍ତୁ ଭାବିବା ରାଜ୍ୟ
ଓଡିଶସାରେ ବିଜେପିର ନୂଆ ସରକାର , ନିର୍ବାଚନ ଇସ୍ତାହାର ପାଳନ ନେଇ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ
