ଘରବାରି ପଟ୍ଟା ହଜିଛି



କେନ୍ଦ୍ରାପଡ଼ା, ୧୬ା୬: କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଲଳିତ କୁମାର ସାହୁଙ୍କ ପୁତ୍ର ସଞ୍ଜୟ କୁମାର ସାହୁ ଗତ ମେ ମାସ ୨୨ ତାରିଖ ଦିନ ତାଙ୍କର ଦୁତିଆଳ ମୌଜାରେ ଥିବା ଓରିଜିନାଲ ଖତିୟାନ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କ ଖତିୟାନ ନମ୍ବର ୬୪୯/୯୨ ଓ ପ୍ଲଟ୍ ନମ୍ବର ୨୯୧ର ୬୬ ଡିସମିଲ୍‌ର ଭରତପୁର ରାଜସ୍ୱ କାର୍ଯ୍ୟାଳୟକୁ ପାଉତି କାଟିବାକୁ ଯିବା ସମୟରେ କୌଣସି ସ୍ଥାନରେ ତାଙ୍କ ମୋଟର ସାଇକେଲରୁ ଗଳିପଡିଛି । ତେଣୁ ଶ୍ରୀ ସାହୁ ଏ ବିଷୟରେ କେନ୍ଦ୍ରାପଡା ସଦର ଥାନାରେ ମାମଲା ରୁଜୁ କରିଛନ୍ତି । ସଦର ଥାନା ପୋଲିସ୍ ଜୁନ୍ ୯ ତାରିଖରେ କେସ୍ ନମ୍ବର ଜି.ଡି. ନମ୍ବର ୦୦୯ମାମଲା ରୁଜୁ କରି ତଦନ୍ତ କରୁଛି । ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ଖତିୟାନକୁ ପାଇଥାନ୍ତି ତାହା ସଦର ଥାନାରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ।


Next Post

ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

Sun Jun 16 , 2024
କେନ୍ଦ୍ରାପଡ଼ା, ୧୬/୬: ଶାନ୍ତି ଶୃଙ୍ଖଳାର ସହ ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ଆଜି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଟାଉନ […]

You May Like