ଦାବି ପୁରଣ ପାଇଁ ନୂଆ ସରକାର ଉପରେ ଆଶା ଓ ଭରଷା ରଖିଛନ୍ତି ଏନ.ପି.ଏସ. ଶିକ୍ଷକ ସଙ୍ଗ


ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘ

କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଗସ୍ତରେ ଆସିଥିବା ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କେନ୍ଦ୍ରାପଡା ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ପ୍ରଦକ୍ଷଣ ଭବନରେ ଭେଟି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସହିତ ସଙ୍ଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କୁ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସରକାର ହେଉଛି ଲୋକମାନଙ୍କର ସରକାର । ତେଣୁ ସରକାର ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ବଦ୍ଧ । ଏନ.ପି.ଏସ. ଶିକ୍ଷକ ସଙ୍ଘର ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି । ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ସଙ୍ଘ ପକ୍ଷରୁ ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ କିଭଳି ନୋସନାଲ ଇନକ୍ରୀମେଣ୍ଟ୍‌ପ୍ରଦାନ କରାଯିବ ଓ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରୀରେ ଯୋଗ କରାଯିବା ସହ ପୁରୁଣା ପେନସନ୍ ପ୍ରଦାନ କରାଯିବା ପାଇଁ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା । ସଙ୍ଘ ପକ୍ଷରୁ ବରିଷ୍ଠ ଶିକ୍ଷକ ନେତା ମହେଶ୍ୱର ସାହୁ, ନିର୍ମଳ କୁମାର ସ୍ୱାଇଁ, ଶୁଭ୍ରଜ ବରାଳ, ଗଜେନ୍ଦ୍ର ପ୍ରସାଦ ସେଠୀ, ମାଧୁରୀ ଭଦ୍ର, ଅନୁପମା ବେହେରା, ବିରେନ୍ଦ୍ର ଜେଠୀ, ଆଲୋକ ମଲିକ, ଶିବ ପ୍ରସାଦ ସାହୁ ପ୍ରମୁଖ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ଭେଟି ଆଲୋଚନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading