ବ୍ଲକ ସ୍ତରୀୟ ବିପର୍ଯୟ ପୂର୍ବ ପ୍ରସ୍ତୁତି ମକ ଡ୍ରିଲ



ପଟ୍ଟାମୁଣ୍ଡାଇ ୧୯/୬-ରାଜ୍ୟ ବିପର୍ଯୟ ପ୍ରଶମନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିପର୍ଯୟ ପରିଚାଳନାର ବିଭିନ୍ନ ଦିଗ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ସିଂହଗାଁ ଠାରେ ସରପଂଚ ଗଣେଶ ଦାସ, ସମିତି ସଭ୍ୟ ଅଭୟ ସ୍ୱାଇଁ,ଦାଣ୍ଡିସାହି ଠାରେ ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମ୍ପାଦକ ନିଖିଳ ପ୍ରଧାନ, ପାଳପାଟଣା ଠାରେ ଶ୍ରୀରାମ ପୁର ସରପଂଚ ସସ୍ମିତା ସେଠୀ, ସମ୍ପାଦକ ଉମାକାନ୍ତ ମହାନ୍ତି, ବଳଭଦ୍ରପୁର ଠାରେ ସରପଂଚ ପ୍ରିୟବ୍ରତ ଓଝା, ବିଲିକଣା ଠାରେ ସରପଂଚ ଲଷ୍ମୀପ୍ରିୟା ଷଢଙ୍ଗୀ, ବଢ଼େଇପଡା ଠାରେ ସମ୍ପାଦକ ରଞ୍ଜନ ବିଶ୍ୱାଳ, ସାତକୁଡ଼ିଆ ଠାରେ ସମ୍ପାଦକ ସତ୍ୟବ୍ରତ ଥାଟୋଇ, କୋରିଆପଲ୍ଲା ଠାରେ ସମ୍ପାଦକ ଭରତ ରାଉତ, ଶଙ୍ଖପୁର ଠାରେ ସମ୍ପାଦକ ସୁବ୍ରତ ବାରିକଙ୍କ ନେତୃତ୍ୱରେ ବିପର୍ଯୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଗ୍ନିଶମ ବାହିନୀ କର୍ମଚାରୀ, ଅନ୍ୱେଷଣ କର୍ମକର୍ତା ସତ୍ୟବ୍ରତ ରାଉତ, ସମୀର ପ୍ରଧାନ, ଜଗବନ୍ଧୁ ରାଉତ, ସୂର୍ଯ୍ୟକାନ୍ତ ବାରିକ ଓ ବଶିଷ୍ଠ ସାମଲ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading