ଗଡ଼ମେକର ରଜ ମଉଜ



ପଟ୍ଟାମୁଣ୍ଡାଇ ତା ୧୯/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୂଳବସନ୍ତ ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ରଜ ମଉଜ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ଗୁରୁ ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ରଜ ମଉଜ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉଦଘାଟନ କରିଥିଲେ।  ଗୀତ ବାଦ୍ୟ ନୃତ୍ୟ ନାଟ୍ୟ ଚିତ୍ର ସମ୍ବଳିତ ପଞ୍ଚକଳାର ମହାନ ଅନୁଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡ଼ମେକରର ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ରା ରଜମଉଜ ଉତ୍ସବରେ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ,ସମିତିସଭ୍ୟା ପ୍ରିତୀମୟୀ ମଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରଜ ମଉଜର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ସୁପ୍ରିୟା ଦାଶ ଓ ସ୍ମୃତିପ୍ରିୟା ପ୍ରଧାନ ଶତାଧିକ କଳାକାର ରଜ ମଉଜ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ସୁଶ୍ରୀ ପ୍ରିୟଙ୍କା ବେହେରା,ସାଇ ସମୀକ୍ଷା,ସୁଶ୍ରୀ ସମନ୍ବିତା, ବୈଶାଖୀ ରାଉତ,ସମ୍ପୂର୍ଣ୍ଣ ନେନ୍ଦୁ ପାଣି,ଶୁଭଶ୍ରୀ ତ୍ରିପାଠୀ, ଅନୁଷ୍କା ସ୍ୱାଇଁ, ଦିବ୍ୟାଶ୍ରୀ ଓଝା ପ୍ରମୁଖ ବହୁ କଳାକାର ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading