ଜିଲ୍ଲା ମାଟ୍ରିକ ଟପ୍ପରଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ



କେନ୍ଦ୍ରାପଡ଼ା, ୨୦ା୬: ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲ୍ଲାରେ ସର୍ବୋଚ ନମ୍ବର ରଖିଥିବା ରାଜକନିକା ଆର.ଏନ.ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଅନନ୍ୟା ବାରିକଙ୍କୁ ଆଜି ଓଳାଭର ଠାରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସୁଶ୍ରୀ ବାରକଙ୍କୁ ଶାଲ, ପୁଷ୍ପଗୁଛ, ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶକ୍ରମେ ଟ୍ରଷ୍ଟର ସଂଯୋଜକ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ସମାଜସେବୀ ଭାଗିରଥୀ ଜେନା ଓ ଶ୍ରୀନିବାସ ପ୍ରଧାନ, ଅକ୍ସଫୋର୍ଡ ଇଂରାଜୀ ମିଡିଅମ ସ୍କୁଲର ଅଧ୍ୟକ୍ଷା ମିସ ଡଲି ପ୍ରମୁଖ ଯୋଗଦେଇ ସୁଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶରତ ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

Fri Jun 21 , 2024
ଭୁବନେଶ୍ୱର,୨୧।୬: ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଆଜି ସକାଳେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ଯୁବକ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ମୃତକଙ୍କ ନାଁ ସୁଶାନ୍ତ ଶତପଥୀ ବୋଲି ସୂଚନା ରହିଛି।

You May Like