ରେଡିଓ ଭାବଗ୍ରାହୀରେ ବିଶ୍ୱ ଯୋଗ ଓ ସଙ୍ଗୀତ ଦିବସ ପାଳିତ


କେନ୍ଦ୍ରାପଡା ୨୨.୬ – ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅ ସ୍ଥିତ ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବିଶ୍ୱ ଯୋଗ ଓ ସଙ୍ଗୀତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ସମାଜସେବୀ ଭୁବନ ମୋହନ ଜେନା ଯୋଗଦେଇ ଏହି ଭବ୍ୟ ସାରସ୍ୱତ ସାସ୍କୃତିକ ସମାରୋହକୁ ଉଦ୍ଘାଟନ କରିବା ସହିତ ମଣିଷ ଜୀବନରେ ଉଭୟ ଯୋଗ ଏବଂ ସଙ୍ଗୀତର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରତିନିଧି ସରୋଜ କୁମାର ମହାନ୍ତି ଯୋଗଦେଇ ସୁସ୍ଥ ମଣିଷ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଯୋଗ ଏବଂ ସଙ୍ଗୀତର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଂଜନ ପରିଡା, ପ୍ରାଧ୍ୟାପକ ପ୍ରଶାନ୍ତ ସାମଲ, କଣ୍ଠଶିଳ୍ପୀ ଅଜୟ ମହାନ୍ତି, ପଣ୍ଡିତ ପ୍ରମୋଦ ତ୍ରିପାଠୀ, ପଣ୍ଡିତ୍ ପଦ୍ମନାଭ ଦାଶ, ପ୍ରକୃତି ପ୍ରେମୀ କବି ନୃସିଂହ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଶ୍ୱ ଯୋଗ ଓ ସଂଗୀତ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ଗୀତିକାର ବିମଳ ପରିଡା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଆଜିକାଲି ଚିକିତ୍ସା ବିଜ୍ଞାନରେ ଉଭୟ ଯୋଗ ଏବଂ ସଂଗୀତ ଥେରାପିର ସଫଳ ପ୍ରୟୋଗ ଏବଂ ସୁପ୍ରଭାବ ସଂପର୍କରେ ଯୁକ୍ତିନିଷ୍ଠ ତଥ୍ୟ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ସଙ୍ଗୀତ ଗୁରୁ ପ୍ରମୋଦ ଦାସ, କବି ଡା.ରତ୍ନାକର ମଲିକ, ତ୍କଣ୍ଠଶିଳ୍ପୀ ସୁରେନ୍ଦ୍ର ରାଉତ୍‌, ମାଗୁଣି ସାହୁ, ବିଷ୍ନୁ ଚରଣ ବାରିକ,ଅଜୟ ଜେନା, ତୋଫାନ ମଲିକ, ପ୍ରତାପ ପରିଡା, କେଦାର ସ୍ୱାଇଁ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ୍‌, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ଆର୍‌ଡିସିୱାଇଓ ର ସଂପାଦକ ଚିତରଂଜନ ପ୍ରଧାନ, ପ୍ରଭାତ ବେହେରା, ଶ୍ରାବଣୀ ସେଠୀ,ପାୟଲ୍ ତ୍ରିପାଠୀ, ଅଙ୍କିତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ରଶ୍ମୀତା ସୂତାର, ଅର୍ଚ୍ଚନା ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା ଓ ରାଜଲକ୍ଷ୍ମୀ ପରିଡା ସ୍ୱାଗତ ସଂଗୀତ ଗାଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading