କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ କଳସ ସୁବାସିତ ଜାଳରେ ମହାସ୍ନାନ ପରେ ଠାକୁରଙ୍କ ନୀତି କରାଯାଇ ଅପରାହ୍ନରେ ହାତୀ ବେଶ କରାଯାଇଥିଲା । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ରାତି ୯ଟାରେ ପହଣ୍ଡି ବିଜେ ପରେ ଠାକୁର ଅଣସର ଘରକୁ ବିଜେ ହୋଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମନ୍ଦିର ଦଇତାପତି ସେବକମାନେ ସ୍ନାନପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଖଡିପାଳ ଗ୍ରାମର ଶ୍ରୀ ଶ୍ରୀ ବାସୁଦେବ ଗୋସାଇଁଙ୍କୁ ସ୍ନାନ ମଣ୍ଡପରେ ପୁଜକ ଦେବଦତ ନନ୍ଦ ନୀତିକ୍ରାନ୍ତି ଯଥାବିଧି ପୂଜାର୍ଚନା ସଂପନ୍ନ କରିଥିଲେ । ପାଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛିା
kanikanews.in
Next Post
ସ୍ନାନପୂର୍ଣ୍ଣିମା ନୀତି ଶେଷ ଅଣସର ଘରକୁ ବିଜେ ଚତୁର୍ଦ୍ଧାମୂତ୍ତ
Sun Jun 23 , 2024
ପୁରୀ-ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିବା ସହ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି । ଏହାପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, […]

KANIKA
- 2 years ago
State Issues Shakti Alert
- 2 years ago
ପଟ୍ଟାମୁଣ୍ଡାଇ ଓଷ୍ଟା ତରଫରୁ ବ୍ଲକ କନଭେନସନ
- 11 months ago
ଶ୍ରୀରାମ ଚରିତ ମାନସ ପାରାୟଣ ଓ ଭଜନ ସମାରୋହ ଅନୁଷ୍ଠିତ
- 7 months ago
ପୋଲିସର ନାକାବନ୍ଦି ଗାଡିଯାଞ୍ଚ