ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍‌ସି ଚାମ୍ପିୟନସିପ୍ ଅନୁଷ୍ଠିତ



କେନ୍ଦ୍ରାପଡା ୨୩/୬- କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍‌ସି ଚାମ୍ପିୟନସିପ୍ ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ତାଇକ୍ୱଣ୍ଡ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପରିଡା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୦ଟି ଶାଖାରୁ ୨୫୦ରୁ ଅଧିକ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କୃତୀ ପ୍ରତିଯୋଗୀ ଆସନ୍ତା ମାସ ଜୁଲାଇ ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଜିଲ୍ଲା ତାଇକୋଣ୍ଡ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦିବ୍ୟ ଜ୍ୟୋତି ଦାସ, ସରୋଜ କୁମାର ମଲ୍ଲିକ, ପ୍ରତିମୟୀ ମହାନ୍ତି, ଖଗେଶ୍ୱର ସାହୁ, ନୀଳମାଧବ ମଲ୍ଲିକ, ଦୁଷ୍ମନ୍ତ ମଲ୍ଲିକ, ପ୍ରଗତି ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।


Next Post

କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୨୯ତମ ବାର୍ଷିକ ସାଧାରଣ ଅଧିବେଶନ

Sun Jun 23 , 2024
କେନ୍ଦ୍ରାପଡା,୨୩/୬: କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୨୯ତମ ବାର୍ଷିର୍କ ସାଧାରଣ ସଭା ରବିବାର ଦିନ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳନା ପରିଷଦର ଉପସଭାପତି ଡ. ଅପର୍ଣ୍ଣା ମହାନ୍ତି, ନିର୍ଦ୍ଦେଶକ ରଶ୍ମିରଞ୍ଜନ ଚୌଧୁରୀ, ଶ୍ରୀକାନ୍ତ ନାୟକ, ସଂଗ୍ରାମ କେଶରୀ ମଲ୍ଲିକ, ଶୁକାନ୍ତ କୁମାର ଦ୍ୱିବେଦୀ, ଶୁଧାଂଶୁ ଶେଖର ପ୍ରତାପ, ନବଜ୍ୟୋତି ରାୟ, ପ୍ରଫୁଲ୍ଲ କୁମାର […]

KANIKA