
କେନ୍ଦ୍ରାପଡା,୨୬/୬: କେନ୍ଦ୍ରାପଡା ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତାଗଣ ନବନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେମାନେ ବିଧାୟକଙ୍କ ଗରାପୁରସ୍ଥିତ ବାସଭବନରେ ଭେଟି ବିଭିନ୍ନ ଦସମସ୍ୟା ଉପରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ବେହେରା ସେମାନଙ୍କର ଅଭାବ ଅସୁବିଧା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଭାପତି ପୀତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ଯୁଗ୍ମ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ସମୀକ୍ଷକ ରବୀନ୍ଦ୍ର ରଥ, ସଦସ୍ୟ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।











