ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସନ୍ତାକାଲି ଅବସର ଗ୍ରହଣ କରିବେ । ସେ ୧୮/୧/୨୦୨୧ୁର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଏସଡିଓ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୩୦/୬/୨୦୨୪ରେ ଅବସର ନେବେ । ଏଥିନେଇ ଶନିବାର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା ଦିଆଯାଇଛି । ଏଥିରେ କେନ୍ଦ୍ରାପଡା ଅଧିକ୍ଷଣଯନ୍ତ୍ରୀ ଉମେଶ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ ପ୍ରଭାତ ବାବୁ ଜଣେ ଅତି ଶାନ୍ତଶିଳ ପ୍ରକୃତିର ଏବଂ କଠିନ ପରିଶ୍ରମ କରନ୍ତି ବୋଲି କହିଥିଲେ ।ଏଥିରେ ଅଳଭା-୧ ଯନ୍ତ୍ରୀ ସୁନିଲ ନାୟକ, ଅଳଭା-୨ ଯନ୍ତ୍ରୀ ମନରଞନ ସାହୁଙ୍କ ସମେତ ଜଳସଂପଦବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।