ମହାକାଳପଡ଼ା ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ବିଧାୟକଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡା ୧/୭-ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମହାକାଳପଡ଼ା ବିକାଶ ମଞ୍ଚ ତଥା ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ, ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନା, ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ବିକାଶ ମଞ୍ଚ ସମ୍ପାଦକ ଶିକ୍ଷାବିତ୍ ଭାଗିରଥି ନନ୍ଦ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ ଓ ରଞ୍ଜିତ୍ କୁମାର ନାୟକ ପ୍ରମୂଖ ବିଭିନ୍ନ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାସ୍ଥିତ ପୁରାତନ ବତୀଘର ଓ ହୁକିଟୋଲାକୁ ବିଶ୍ୱ ପର୍ଯ୍ୟଟନର ମାନ୍ୟତା ଦେବା, ଦରିଆ ରାମଚଣ୍ଡୀ ମନ୍ଦିରର ନବୀକରଣ ଏବଂ ମହାକାଳପଡ଼ା ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ଣ୍ଣାଙ୍ଗତା, କୃଷି କ୍ଷେତ୍ରର ବିକାଶ ପାଇଁ ଜଳସେଚନ ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ବିଭିନ୍ନ ନଦୀରେ ଢଳେଇ ପୋଲ ନିର୍ମାଣ ସହିତ ନୂତନ ବୈଷୟିକ ଶିଳ୍ପ ପ୍ରତିଷ୍ଠା ପାଇଁ ମଞ୍ଚ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଧ୍ୟାନର ସହିତ ସମସ୍ତ ବିଷୟରେ ଅବଗତ ହୋଇ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ସହିତ ଖୁବ୍‌ଶୀଘ୍ର ମହାକାଳପଡ଼ା ଗସ୍ତ କରିବା ପାଇଁ ପ୍ରତିଶ୍ରୁତି ରଖିଥିଲେ । । ପରେ ପରେ ଏହି ପ୍ରତିନିଧି ମଣ୍ଡଳୀ ରାଜ୍ୟ ଅତିଥି ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷାର ମୌଳିକ ସମସ୍ୟା ବ୍ୟତୀତ ଜିଲ୍ଲାରେ ଖାଲି ପଡିଥିବା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ଆଶୁ ପଦକ୍ଷେପ ମାଧ୍ୟମରେ ପୂରଣ କରିବା ଉପରେ ଆଲୋଚନା କରିଥିଲେ । ସହୃଦୟତାର ସହ ଗଣଶିକ୍ଷା ମନ୍ତ୍ରୀ କେନ୍ଦ୍ରାପଡା ଗସ୍ତରେ ଯାଇ ଥିବା କହିବା ସଙ୍ଗେ ସଙ୍ଗେ ଜିଲ୍ଲାର ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତ୍ୟବସରରେ ଖଣ୍ଡପଡାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ମହାକାଳପଡ଼ାର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ମଧ୍ୟ ବିକାଶ ମଞ୍ଚ ତରଫରୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀଙ୍କ କୁକୁର ଲଗାଇବା ଘଟଣାର ପ୍ରତିବାଦ ସହ ସାମ୍ବାଦିକ ନିରାପତ୍ତା ଆଇନ ଲାଗୁ କରିବା ଦାବିରେ କେଡିୟୁଜେ ର ଦାବିପତ୍ର

Mon Jul 1 , 2024
କେନ୍ଦ୍ରାପଡ଼ା ୧/୭- ସାରା ରାଜ୍ୟରେ ବିପନ୍ନ ହୋଇ ରହିଥିବା ସାମ୍ବାଦିକଙ୍କ ନିରାପତ୍ତା ଆଇନ ଲାଗୁ କରିବା ସହ ନିକଟରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଭୁବନେଶ୍ୱର ବାସ ଭ୍ୱନରେ ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଘଉଡ଼ାଇବା ଘଟଣାରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏଭଳି ନିନ୍ଦନୀୟ କାଣ୍ଡ ଭିଆଇ ଥିବା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ […]

KANIKA